ନବକଳେବର ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି: ନିୟୋଜିତ ହେବ ୮୦ଟି ନିଆଁ ଲିଭା ଗାଡି

odisha fire service

ଭୁବନେଶ୍ୱର: ନବକଳେବର ଆଉ ଗୋଟିଏ ସପ୍ତାହ ରହିଥିବାରୁ ଅଗ୍ନିଶମ ବିଭାଗ ପ୍ରସ୍ତୁତି ଶେଷ କରିଛି। ଏଥର ରଥଯାତ୍ରା ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ  ୮୦ଟି ନିଆଁ ଲିଭା ଗାଡି ସହ ୧୦୦୦ ନିଆଁ ଲିଭାଳିଙ୍କୁ ପୁରୀରେ ନିୟୋଜିତ କରାଯିବ। କୌଣସି ପ୍ରକାରର ଅଘଟଣକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୦ ସିଭିଲ୍ ଡିଫେନ୍ସ ଭଲ୍ୟୁଣ୍ଟର ଓ ସମୁଦ୍ରତଟରେ ୧୦୦୦ ଜୀବନ ରକ୍ଷାକାରୀ ହୋମଗାର୍ଡ ନିୟୋଜିତ ହେବେ। ଶନିବାର ଅଗ୍ନିଶମ ବିଭାଗର ପ୍ରସ୍ତୁତି ବୈଠକରେ ଅଗ୍ନିଶମ ଏଡିଜି ଏମ.ନାଗେଶ୍ୱର ରାଓ ଏହି ସୂଚନା ଦେଇଛନ୍ତି।

Previous ArticleNext Article

1 Comment

Send this to a friend