ନବନିର୍ମାଣ କୃଷକ ସଂଗଠନର ୧୪ ସଦସ୍ୟ ଗିରଫ

nabnirmanakrushaka

ଜଗତସିଂହପୁର/ଯାଜପୁର: ନବନିର୍ମାଣ କୃଷକ ସଂଗଠନର ୧୪ ଜଣସଦସ୍ୟଙ୍କୁ ଗିରଫ କରାଯାଇଛି। ଜଗତସିଂହପୁରରେ ୯ ଜଣ ଓ ଯାଜପୁରରେ ୫ ଜଣ ଗିରଫ ହୋଇଛନ୍ତି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।  ଏହାର ପ୍ରତିବାଦରେ ଯାଜପୁର ଟାଉନ ଥାନା ଆଗରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି।

ଗତ ୧୨ ତାରିଖ ଦିନ ଚାଷୀଙ୍କୁ ପ୍ରେଷ୍ଟିଜ୍ ଓ ପେନସନ୍ ପ୍ରଦାନ ସହ ଚାଷୀ ମୃତ୍ୟୁକୁ ସରକାର ସ୍ୱୀକାର କରିବା ଦାବିରେ ସଂଗଠନ ପକ୍ଷରୁ ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଯାଜପୁରରେ ଆନ୍ଦୋଳନ କରାଯାଇଥିଲା। କର୍ମକର୍ତ୍ତାମାନେ ଜିଲ୍ଲାପାଳ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଚାଷୀଙ୍କୁ ସୁରକ୍ଷା  ଭତ୍ତା ଓ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ଲୋକଙ୍କୁ ସହାୟତା ପାଇଁ ମଧ୍ୟ ସଂଗଠନ ପକ୍ଷରୁ ଦାବି ହେଉଛି।

Previous ArticleNext Article

Send this to a friend