ନନ୍ଦନକାନନ: ଗୋଟିଏ ନବଜାତ ସିଂହ ଛୁଆର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ  ଦୁଇ ଦିନ ତଳେ ଜନ୍ମ ନେଇଥିବା  ୨ଟି ସିଂହ ଛୁଆ ମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଯାଇଛି। ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ତେବେ ସିଂହ ଛୁଆଟିର ମୃତ୍ୟୁର କାରଣ ଜଣାପଡିନାହିଁ। ଗୁରୁବାର ସିଂହି ରାଧା ଜନ୍ମ ଦେଇଥିଲା ଦୁଇଟି ଛୁଆ ।  ୧୧ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଇଥିଲେ ଏହି ସିଂହ ଛୁଆ। କିଛି ବର୍ଷ ପୂର୍ବେ କର୍ଣ୍ଣାଟକର ଏକ ପ୍ରାଣୀ ଉଦ୍ୟାନରୁ ରାଧା ନନ୍ଦନକାନନକୁ ଆସିଥିଲା। ୨୦୦୪ରେ […]

nandankanan

nandankanan

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 07:19 AM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନରେ  ଦୁଇ ଦିନ ତଳେ ଜନ୍ମ ନେଇଥିବା  ୨ଟି ସିଂହ ଛୁଆ ମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଯାଇଛି। ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ତେବେ ସିଂହ ଛୁଆଟିର ମୃତ୍ୟୁର କାରଣ ଜଣାପଡିନାହିଁ।

ଗୁରୁବାର ସିଂହି ରାଧା ଜନ୍ମ ଦେଇଥିଲା ଦୁଇଟି ଛୁଆ ।  ୧୧ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଇଥିଲେ ଏହି ସିଂହ ଛୁଆ। କିଛି ବର୍ଷ ପୂର୍ବେ କର୍ଣ୍ଣାଟକର ଏକ ପ୍ରାଣୀ ଉଦ୍ୟାନରୁ ରାଧା ନନ୍ଦନକାନନକୁ ଆସିଥିଲା। ୨୦୦୪ରେ ପ୍ରଥମ ଥର ପାଇଁ ନନ୍ଦନକାନନରେ ସିଂହ ଛୁଆ ଜନ୍ମ ନେଇଥିଲେ ।

ପୂର୍ବରୁ ନନ୍ଦନକାନନରେ ୫ଟି ସିଂହ ଓ ୫ଟି ସିଂହି ଥିବାବେଳେ ଦୁଇ ଦିନ ତଳେ ଦୁଇ ନବଜାତ ସିଂହ ଛୁଆଙ୍କୁ ମିଶାଇ ଏହି ସଂଖ୍ୟା ୧୨ରେ ପହଞ୍ଚିଥିଲା। କିନ୍ତୁ ଗୋଟିଏ ନବଜାତ ସିଂହ ଛୁଆ ମରିଯିବାରୁ ନନ୍ଦନକାନନରେ ସିଂହ ସଂଖ୍ୟା ୧୧କୁ ଖସି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos