ଏମିତି ଆମ ଠାକୁର ଭକ୍ତି: ପ୍ରଭୁ ଗଣେଶଙ୍କ ଆଗରେ ଚାଲିଛି ନଙ୍ଗୁଳି ନାଚ

Obscene-dance-during-puja

ବିଚିତ୍ର ଆମ ଲୋକଙ୍କ ଚିନ୍ତାଧାରା। ବିଚିତ୍ର ସେମାନଙ୍କ ବ୍ୟବହାର। ଯେଉଁ ସଂସ୍କୃତି ପାଇଁ ଆମ ଦେଶର ପରିଚୟ ସାରା ବିଶ୍ୱରେ ରହିଛି, ଧୀରେ ଧୀରେ ସେହି ସଂସ୍କାର ଟିକକ ହିଁ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। କଟକ ଜିଲ୍ଲା ସାଲେପୁର ନିକଟସ୍ଥ ଏକ ଗାଁରେ ଏମିତି କିଛି ଚିତ୍ର ଧାର୍ମିକ ଓ ସଂସ୍କୃତି ପ୍ରେମୀଙ୍କ ଭିତରେ ଗଭୀର ଦୁଃଖ ଆଣିଦେଇଛି। ଗାଁଟିର ନାଁ। ଆମେ ଏଠି ପ୍ରକାଶ କରିବାକୁ ଚାହୁଁନୁ। କାରଣ କୌଣସି ଗାଁ କିମ୍ୱା ବ୍ୟକ୍ତିଙ୍କୁ ବଦନାମ କରିବା ଆମର ଉଦ୍ଦେଶ୍ୟ ନୁହେଁ। ପ୍ରଥମେ ଆପଣ ଭିଡିଓଟି ଦେଖନ୍ତୁ। ଗାଁରେ ଧୁମଧାନରେ କରାଯାଉଛି ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଭସାଣ ଉ—ବ। ବାଜା ବାଜୁଛି, ଲୋକ ଗହଳି ଚାଲିଛି। ଗୋଟିଏ ଟ୍ରକ୍‌ରେ ମେଢ଼କୁ ସଜା ଯାଇଛି। ଆଉ ଠିକ୍ ପ୍ରଭୁ ଗଣେଶଙ୍କ ଆଗରେ ଆଉ ଗୋଟିଏ ଟ୍ରକ୍ରେ ଚାଲିଛି ଅର୍ଦ୍ଧନଙ୍ଗୁଳି ନାଚ।

ଶୋଭାଯାତ୍ରାରେ ଗାଁର ପିଲାଠାରୁ ବୁଢ଼ା ଯାଏଁ ସମଷ୍ତେ ସାମିଲ୍ ହୋଇଛନ୍ତି। କିନ୍ତୁ କେହି ମଧ୍ୟ ଏହାକୁ ବିରୋଧ କରୁ ନାହାନ୍ତି। ପରିବାର ଲୋକମାନେ ଏକାଠି ଏ ଦୃଶ୍ୟକୁ କେମିତି ଦେଖୁଥିବେ ସହଜରେ ଅନୁମାନ କରିହେଉଛି।   ଛୋଟ ଛୋଟ ପିଲା ମଧ୍ୟ ଉପସ୍ଥିତ ରହି ଏହି ନାଚକୁ ଉପଭୋଗ କରୁଛନ୍ତି। ସ୍ଥାନୀୟ ପୋଲିସ ମଧ୍ୟ ଏ ନାଚକୁ କିପରି ପ୍ରଶ୍ରୟ ଦେଉଛି ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।

Previous ArticleNext Article

Send this to a friend