ଜନ୍ମଦିନରେ ମାଆ ହେଲା ଅଙ୍କିତା

nandankanan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ  ପ୍ରାଣୀ ଉଦ୍ୟାନକୁ ୨ଟି ନୂଆ ଅତିଥି ଆସିଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୦ଟା ୪୦ ମିନିଟରେ ବାଘୁଣୀ ଅଙ୍କିତା ୨ଟି ଛୁଆ ଜନ୍ମ ଦେଇଛି। ଜନ୍ମଦିନରେ ବାଘୁଣୀ ଅଙ୍କିତା ମାଆ ହୋଇଛି।

ଆଜିକୁ ଠିକ୍ ୬ ବର୍ଷ ତଳେ ଜାନୁଆରୀ ୧୨ ତାରିଖରେ ଜନ୍ମ ନେଇଥିଲା ବାଘୁଣୀ ଅଙ୍କିତା। ଏହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୮ଟି ଧଳା ବାଘ ଅଛନ୍ତି।

 

 

 

Previous ArticleNext Article

Send this to a friend