ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପର୍ଯ୍ୟଟକଙ୍କୁ ଦେଖାଦେଲେ ୪ ବାଘ ଛୁଆ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିଲା ଆଜି ଏକ ବିଶେଷ ମୂହୁର୍ତ୍ତ । ନନ୍ଦନକାନନରେ ଜନ୍ମିତ ୪ଟି ବାଘ ଛୁଆ ପ୍ରଥମ ଥର ଳାଗି ପର୍ଯ୍ୟଟକଙ୍କ ସମ୍ମୁଖକୁ ଆସିଥିଲଷ । ଏଥିପାଇଁ ନନ୍ଦନକାନନରେ ବେଶ ଉତ୍ସହର ମହଲ ଦେଖିବାକୁ ମିଳିଥିଲା । ଆଜି ୪ ବାଘ ଛୁଆଙ୍କର ଥିଲା ଜନ୍ମଦିନ । ଜନ୍ମଦିନ ପାଳନ ହୋଇ ନ ଥିଲେ ବି ପ୍ରଥମଥର ଲାଗି ପର୍ଯ୍ୟଟକ ଏହି ବାଘ ଶବକଙ୍କୁ ଦେଖିବାକୁ ପାଇଥିଲେ । କଳା ବାଘ ଛୁଆ […]

tiger

tiger

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 04:52 PM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିଲା ଆଜି ଏକ ବିଶେଷ ମୂହୁର୍ତ୍ତ । ନନ୍ଦନକାନନରେ ଜନ୍ମିତ ୪ଟି ବାଘ ଛୁଆ ପ୍ରଥମ ଥର ଳାଗି ପର୍ଯ୍ୟଟକଙ୍କ ସମ୍ମୁଖକୁ ଆସିଥିଲଷ । ଏଥିପାଇଁ ନନ୍ଦନକାନନରେ ବେଶ ଉତ୍ସହର ମହଲ ଦେଖିବାକୁ ମିଳିଥିଲା । ଆଜି ୪ ବାଘ ଛୁଆଙ୍କର ଥିଲା ଜନ୍ମଦିନ । ଜନ୍ମଦିନ ପାଳନ ହୋଇ ନ ଥିଲେ ବି ପ୍ରଥମଥର ଲାଗି ପର୍ଯ୍ୟଟକ ଏହି ବାଘ ଶବକଙ୍କୁ ଦେଖିବାକୁ ପାଇଥିଲେ । କଳା ବାଘ ଛୁଆ କ୍ରିଷ୍ଣା, ଧଳା ଆଘ ଭ୍ରାଂଶୁ, ଧୂଷର ରଙ୍ଗର ବାଘ ସ୍ନେହାଶିଷ ଓ ସାଧାରଣ ନାଲି ରଙ୍ଗର ବାଘ ଆନି । ଖେଳ କୌତୁକରେ ମାତିଥିଲେ ଏହି ୪ ବାଘ ଶାବକ। କେତେବେଳେ ଜଳକ୍ରୀଡ଼ା ତ ପୁଣି କେତେ ବେଳେ ତୁଚ୍ଛା ଠାଣି। ଦେଖିବାକୁ ପର୍ଯ୍ୟଟକମାନେ ଭିଡ ଜନ୍ମାଇ ଥିଲେ ସେମାନେ ରହୁଥିବା ଏକ୍ଲୋଜର ନିକଟରେ ।

ଗତବର୍ଷ ଠିକ୍ ଆଜିର ଦିନରେ ମନୀଷ ଓ ସ୍ନେହା ଔରଷରୁ ଜନ୍ମ ନେଇଥିଲେ ଏ ଚାରି ବାଘ ଛୁଆ । ସେ ଭିତରୁ ଦୁଇଟି ବିରଳ ପ୍ରଜାତିର ଧଳା ଓ କଳା ବାଘ ଥିଲେ। ସପରିବାର ନନ୍ଦନକାନନ ଆସିଥିବା ପୁରୀ ଗଜପତି ମହାରାଜ ବି ଦେଖିଥିଲେ ବାଘ ଛୁଆଙ୍କ କୌତୁକ। ମାଆ ସ୍ନେହା ସହ ୪ ବାଘ ଶାବକଙ୍କୁ ଏବେ ୩୦-ଏ ଏନକ୍ଲୋଜରରେ ରଖାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos