ନନ୍ଦନକାନନରେ ଖୋଲିଲା ବିଲୁଆ ଓପନ୍‌ ଏନ୍‌କ୍ଲୋଜର

ଭୁବନେଶ୍ୱର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତା’ର ୫୭ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ ସହ ସମସ୍ତ ସୁବିଧା ସୁଯୋଗ ପାଇଁ ୪ଟି ନୂଆ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପ୍ରାଣୀ ଉଦ୍ୟାନରେ ୪୦ଟି ସିସିଟିଭି ଲଗାଯାଇଥିବା ବେଳେ ବିଲୁଆ ଓପନ ଏନ୍‌କ୍ଲୋଜର କରାଯାଇଛି। ଏଥିସହ କାନନ ବାଘୁଣୀର ପ୍ରତିମୂର୍ତ୍ତି ଅନାବରଣ, ବାଘ ନନ୍ଦନ, ମେଘା ଓ ତା’ର ଛୁଆଙ୍କୁ ଏକ ଏନ୍‌କ୍ଲୋଜରରେ ଛଡ଼ା ଯାଇଛି। ୨୦୧୩ରେ ବାଘୁଣୀ ମେଘା ପ୍ରେମରେ ପଡ଼ି ବାଘ […]

tiger-nandankan

tiger-nandankan

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 09:21 PM IST

Sports

Latest News

tigerଭୁବନେଶ୍ୱର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତା’ର ୫୭ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ ସହ ସମସ୍ତ ସୁବିଧା ସୁଯୋଗ ପାଇଁ ୪ଟି ନୂଆ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପ୍ରାଣୀ ଉଦ୍ୟାନରେ ୪୦ଟି ସିସିଟିଭି ଲଗାଯାଇଥିବା ବେଳେ ବିଲୁଆ ଓପନ ଏନ୍‌କ୍ଲୋଜର କରାଯାଇଛି। ଏଥିସହ କାନନ ବାଘୁଣୀର ପ୍ରତିମୂର୍ତ୍ତି ଅନାବରଣ, ବାଘ ନନ୍ଦନ, ମେଘା ଓ ତା’ର ଛୁଆଙ୍କୁ ଏକ ଏନ୍‌କ୍ଲୋଜରରେ ଛଡ଼ା ଯାଇଛି। ୨୦୧୩ରେ ବାଘୁଣୀ ମେଘା ପ୍ରେମରେ ପଡ଼ି ବାଘ ନନ୍ଦନ ତାର ଏନ୍‌କ୍ଲୋଜରକୁ ପଶିଯାଇଥିଲା। ଏପଟେ ପର୍ଯ୍ୟଟକଙ୍କ ଲାଗି ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆସନ୍ତା ବର୍ଷେ କିମ୍ୱା ଦେଢ଼ ବର୍ଷ ମଧ୍ୟରେ ଟଏ ଟ୍ରେନ୍‌ ଚାଲିବା ନେଇ ବ୍ୟବସ୍ଥା କରାଯିବ। ଏଥିଲାଗି ୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି। କାଞ୍ଜିଆ ହ୍ରଦର ପୁନରୁଦ୍ଧାର କରାଯିବ।

ପ୍ରତିଷ୍ଠା ଦିବସ ଅବସରରେ ସ୍ମରଣୀକା ଉନ୍ମୋଚନ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ସେ କହିଛନ୍ତି,“ଆସନ୍ତା ବର୍ଷେ କିମ୍ୱା ଦେଢ ବର୍ଷ ଭିତରେ ଟଏ ଟ୍ରେନ୍‌ ଓ ରୋପ୍‌ ୱେ ଚାଲିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos