ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଏମିତି ଲେଖିଲେ ମୋଦି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ମୋଦି,  ସ୍ୱର୍ଗତ ବଂଶୀଧରଙ୍କୁ କର୍ମଯୋଗୀ କହିବା ସହ ତାଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, “ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ବଂଶୀଧର ବିଳାସମୟ ଜୀବନ ବିତାଇ ପାରିଥାନ୍ତେ। ତେବେ ସେ ଓଡ଼ିଶା ଫେରିବା ସହ ରାଜ୍ୟର ଗରୀବ ଜନତାଙ୍କ […]

modi

modi

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 10:22 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ମୋଦି,  ସ୍ୱର୍ଗତ ବଂଶୀଧରଙ୍କୁ କର୍ମଯୋଗୀ କହିବା ସହ ତାଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି।

modiଚିଠିରେ ସେ ଉଲ୍ଲେଖ କରିଛନ୍ତି, “ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ବଂଶୀଧର ବିଳାସମୟ ଜୀବନ ବିତାଇ ପାରିଥାନ୍ତେ। ତେବେ ସେ ଓଡ଼ିଶା ଫେରିବା ସହ ରାଜ୍ୟର ଗରୀବ ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥିଲେ। ସେଥିଲାଗି ସେ ରାଜ୍ୟର ଉପାନ୍ତ ଅଞ୍ଚଳରେ ନିଜ ଶିଳ୍ପାୟନର ସ୍ୱରୂପକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଯାହା କି ସମାଜ ପ୍ରତି ତାଙ୍କ ଦାୟିତ୍ୱକୁ ସୂଚାଉଛି।”

ଚିଠିରେ ସେ ବିଜୁ ପଟ୍ଟନାୟକ ଓ ବଂଶୀଧରଙ୍କ ବନ୍ଧୁତ୍ୱ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, “ଘନିଷ୍ଠ ବନ୍ଧୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହ ମିଶି ଓଡ଼ିଶାର ବିକାଶ ପାଇଁ ଦୁହେଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଅବିସ୍ମରଣୀୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos