ଏମାନେ ଅସନ୍ତୁଷ୍ଟ ଥିଲେ କି? ଥଇଥାନ କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା। ଏହାକୁ ନେଇ କେତେକ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ସନ୍ତୁଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ରାଜ୍ୟ ଚଳଚ୍ଚିତ୍ର ବୋର୍ଡ଼ର ଅଧ୍ୟକ୍ଷ ଥିବା ମୁନ୍ନା ଖାଁଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରୀ ନିଗମ ଅଧ୍ୟକ୍ଷ, ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ […]

naveen-patnaik copy

naveen-patnaik copy

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 07:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା। ଏହାକୁ ନେଇ କେତେକ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ସନ୍ତୁଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ରାଜ୍ୟ ଚଳଚ୍ଚିତ୍ର ବୋର୍ଡ଼ର ଅଧ୍ୟକ୍ଷ ଥିବା ମୁନ୍ନା ଖାଁଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରୀ ନିଗମ ଅଧ୍ୟକ୍ଷ, ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଓ କୃତ୍ତିବାସ ପାତ୍ରଙ୍କୁ ଆପିକଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ୩ ନେତାଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ରବି ମଲ୍ଲିକ, ଗିରୀଶ ଚନ୍ଦ୍ର ଦାସ ଓ ଈଶ୍ୱର ପାଣିଗ୍ରାହୀ। ସେହିପରି ପ୍ରଫୁଲ୍ଲ ସିଂହଙ୍କ କଟକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଜଗନ୍ନାଥ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି କରାଯାଇଛି। ସରୋଜ ସାହୁ ଓ ବିରଞ୍ଚି ମହାସୂପକାର ବିଜେଡି ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos