ଆସନ୍ତାକାଲି ବିଜେପୁର ଯିବେ ନବୀନ, କାହିଁକି ପଢନ୍ତୁ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେପୁରରେ ବିପୁଳ ବିଜୟ ପରେ ଆସନ୍ତାକାଲି ସେହି ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିଜେପୁରବାସୀଙ୍କୁ ଜୁହାର୍ ଭେଟ କରିବା ପାଇଁ ବରପାଲିରେ ଦଳ ଆୟୋଜନ କରିଛି ସାଧାରଣ ସଭା।  ବିଜେପୁର ବିଜୟ ପରେ ବିଜେଡି କ୍ୟାମ୍ପରେ ଯେଉଁ ଉତ୍ସାହ ଫେରିଛି, ୧୯ ନିର୍ବାଚନ ଯାଏଁ ସେହି ମାହୋଲ୍ ବଜାୟ ରଖିବାକୁ ବିଜେଡିର ଏହି ଉଦ୍ୟମ ବୋଲି କୁହାଯାଉଛି।  ତା’ସହ ଦଳରେ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା।  ସେପଟେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ […]

nabeen-1

nabeen-1

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 09:37 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେପୁରରେ ବିପୁଳ ବିଜୟ ପରେ ଆସନ୍ତାକାଲି ସେହି ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିଜେପୁରବାସୀଙ୍କୁ ଜୁହାର୍ ଭେଟ କରିବା ପାଇଁ ବରପାଲିରେ ଦଳ ଆୟୋଜନ କରିଛି ସାଧାରଣ ସଭା।  ବିଜେପୁର ବିଜୟ ପରେ ବିଜେଡି କ୍ୟାମ୍ପରେ ଯେଉଁ ଉତ୍ସାହ ଫେରିଛି, ୧୯ ନିର୍ବାଚନ ଯାଏଁ ସେହି ମାହୋଲ୍ ବଜାୟ ରଖିବାକୁ ବିଜେଡିର ଏହି ଉଦ୍ୟମ ବୋଲି କୁହାଯାଉଛି।  ତା’ସହ ଦଳରେ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା।  ସେପଟେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସମାଲୋଚନା କରିବା ସହ ବିଜେପୁରବାସୀ ଏଥିରୁ କଣ ଫାଇଦା ପାଇବେ ବୋଲି ପ୍ରଶ୍ନ କରିଛନ୍ତି?

ବିଜେପୁରବାସୀ ଦେଲେ ନବୀନଙ୍କୁ ବଡ଼ ଆଶୀର୍ବାଦ।  କୃତଜ୍ଞତା ଜଣାଇବାକୁ ଆସନ୍ତାକାଲି ବିଜେପୁର ଯାଉଛନ୍ତି ନବୀନ।  ଜୁହାର ଭେଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ।ସେଥିପାଇଁ ବରପାଲିରେ ଚାଲିଛି ମଂଚ ପ୍ରସ୍ତୁତି। ଉପନିର୍ବାଚନରେ ଜି-ଜାନ୍ ଲଗାଇ କାମ କରିଥିବା ସମସ୍ତ ନେତା ଓ ପ୍ରତି ପଂଚାୟତରୁ ସାଧାରଣ ଲୋକଙ୍କୁ ବି ଏହି କାଯର୍ୟକ୍ରମକୁ ଡକାଯାଇଛି । ତେବେ ବିଜୟର ମାତ୍ର ୧୧ ଦିନ ପରେ କାହିଁକି ନବୀନଙ୍କର ଏ ଗସ୍ତ? କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଦଳର ସୁପ୍ରିମୋ? ଚର୍ଚ୍ଚା ହେଉଛି ଜୁହାର ଭେଟ୍ ଆଳରେ ପଶ୍ଚିମ ଓଡ଼ିଶାରେ ରାଜନୈତିକ ଜୁଆର ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ବିଜେଡି ବିଜେପୁର ଉପନିର୍ବାଚନରେ ଦଳକୁ ଯେଉଁ ବୃହତ ବିଜୟ ମିଳିଲା, ସେହି ମାହୋଲ୍ ୧୯ ନିର୍ବାଚନ ଯାଏଁ ତାଜା ରଖିବାକୁ ଚାହୁଁଛି ଦଳ । ଏହାସହ ନିର୍ବାଚନ ପରେ ବିଜେଡି, ବିଜେପୁରକୁ ଭୁଲିଯିବ ବୋଲି ବିରୋଧୀ କରୁଥିବା ଅଭିଯୋଗକୁ କାଉଣ୍ଟର କରିବାକୁ ନବୀନଙ୍କ ଏ ଗସ୍ତ ନୁହେଁ ତ?

ଅନ୍ୟପଟେ ବିଜେପୁର ଦଖଲ ପରେ ମନ୍ତ୍ରୀ ଓ ନେତାଙ୍କୁ ମିଳିଛି ପୁରଷ୍କାର।  ସ୍ଥାନୀୟ କିଛି ଅସନ୍ତୁଷ୍ଟ ନେତାଙ୍କୁ ବି ଥଇଥାନ କରିଛନ୍ତି ସୁପ୍ରିମୋ  । ଅନ୍ତର୍ଦ୍ୱନ୍ଦ୍ୱ ଦୂର ପାଇଁ ବିଜେଡିର ଏହି ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ଏଣେ କଂଗ୍ରେସ୍ କହିଛି, ରାଜ୍ୟର ବିକାଶ ବଦଳରେ ବିଜେଡି କେବଳ ଦଳୀୟ ସ୍ୱାର୍ଥ ପାଇଁ ଉଦ୍ୟମ କରୁଛି ବିଜେପି।

ପ୍ରଶ୍ନ କରିଛି ଚାଷୀଙ୍କ ଦୁଃଖ କେବେ ଦୂର ହେବ, ବିଜେପୁରବାସୀ କି ଲାଭ ପାଇବେ? ଅନ୍ୟପଟେ ଉତ୍ତର-ପୂର୍ବାଞ୍ଚଳରେ ବଡ଼ ସଫଳତା ପରେ ପଶ୍ଚିମବଙ୍ଗ, କେରଳ ସମେତ ଓଡ଼ିଶା ଦଳର ପରବର୍ତ୍ତୀ ଟାର୍ଗେଟ୍ ବୋଲି ସ୍ପଷ୍ଟ କରିସାରିଛି ବିଜେପି । ତେଣୁ ବିଜେଡି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ପାଇଁ ବିଜେପୁରକୁ ଏକ ମଡେଲ୍ ନିର୍ବାଚନ ମଣ୍ଡଳୀ ଭାବେ ଗଠନ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି । ତା’ଛଡ଼ା ବିଜେପୁର ଉପନିର୍ବାଚନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଗାଁ ଆମ ବିକାଶ ଯୋଜନା ଓ ଟ୍ରାଇବାଲ୍ କାଉନ୍ସିଲ୍ର ଶୁଭାରମ୍ଭ କରାଯାଇଛି।  ଆସନ୍ତାକାଲି ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ୍ ୱେର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ।  ସାଧାରଣ ନିର୍ବାଚନ ପାଇଁ ବିଜେଡିର ଏସବୁ ପ୍ରସ୍ତୁତି ବୋଲି କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos