ବର୍ଷା ଦେଖି ମନେ ପଡ଼ିଲା: କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ହେଲା ପରେ ରାଜ୍ୟ ସରକାରଙ୍କର ମନେ ପଡ଼ିଲା କୋଣାର୍କର ସୂର୍ଯ୍ୟ ମନ୍ଦିର କଥା। ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ନିଷ୍କାସନ ନେଇ କେନ୍ଦ୍ରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ସାମାନ୍ୟ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଜଳପ୍ଲାବିତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ସ୍ଥାୟୀ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଉ। ରାଜ୍ୟ ସରକାର ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ […]

naveen-1

naveen-1

Rakesh Mallick
  • Published: Monday, 16 July 2018
  • Updated: 16 July 2018, 11:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ହେଲା ପରେ ରାଜ୍ୟ ସରକାରଙ୍କର ମନେ ପଡ଼ିଲା କୋଣାର୍କର ସୂର୍ଯ୍ୟ ମନ୍ଦିର କଥା। ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ନିଷ୍କାସନ ନେଇ କେନ୍ଦ୍ରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ସାମାନ୍ୟ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଜଳପ୍ଲାବିତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ସ୍ଥାୟୀ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଉ। ରାଜ୍ୟ ସରକାର ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ଏଏସ୍‌ଆଇ ଅନୁମତି ଦେଲେ, ରାଜ୍ୟ ସରକାର ଏହାର ବ୍ୟବସ୍ଥା କରିବେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ତୁରନ୍ତ ଦୃଷ୍ଟିଦେଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାରୁ ପ୍ରକାଶ, ଲଗାଣ ବର୍ଷା ଯୋଗୁ ସୂର୍ଯ୍ୟ ମନ୍ଦିରରେ ଆବର୍ଜନା ପାଣି ଜମି ରହୁଛି। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରୁ ନାହାଁନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ହୋହଲ୍ଲା ପରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପ୍ରଶାସନଠାରୁ ଚିରାଚରିତ ଢ଼ଙ୍ଗରେ ଶୁଣିବାକୁ ମିଳିଥାଏ। ମାତ୍ର ସମସ୍ୟାର ସୁଧାର ହେଲା ପରି ଦେଖାଯାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos