ରାମ ବିଲାସ ପାଶୱାନଙ୍କୁ ଚିଠି ଲେଖିଲେ ନବୀନ

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖରିଫ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଲାସ ପାଶୱାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୩-୦୪ ବର୍ଷରେ ରାଜ୍ୟରେ ୬୦ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୦୧୬-୧୭ବର୍ଷରେ ଏହା ବୃଦ୍ଧି ପାଇ ୫୨ଲକ୍ଷ ମେଟ୍ରିକ ଟନ୍&zwnj;ରେ ପହଞ୍ଚିଛି। ଚଳିତବର୍ଷ ୩୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଲାଣି। ତେବେ ରବି ଧାନ ସଂଗ୍ରହ ପ୍ରକ୍ରିୟା ମେ&rsquo; ପହିଲାରୁ ଆରମ୍ଭ ହେଉଛି। ମାତ୍ର ବଜାର ଦର ତୁଳନାରେ କେନ୍ଦ୍ର ସରକାର ଅତି କମ୍ ମୂଲ୍ୟ ନିର୍ଦ୍ଧାରଣ କରିଥିବାରୁ ରାଜ୍ୟ ପାଇଁ ଏହା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ତେଣୁ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ସହ ଧାନ ସଂଗ୍ରହ ପାଇଁ ଆନୁସଙ୍ଗିକ ଖର୍ଚ୍ଚ ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି ନବୀନ। ଏପରିକି ଗତବର୍ଷର ମୂଲ୍ୟ ସହ ସମାନ କରିବାକୁ ସେ ଅନୁରୋଧ କରିଛନ୍ତି।&nbsp; ଉଚିତ ମୂଲ୍ୟ ନିର୍ଦ୍ଧାରଣରେ ବିଳମ୍ବ ହେଲେ ରବି ଧାନ ସଂଗ୍ରହରେ ଏହା ବାଧା ଆଣିପାରେ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି।</p> <p>&amp;nbsp;</p>

Ordigital Desk
  • Published: Saturday, 10 March 2018
  • Updated: 10 March 2018, 08:42 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖରିଫ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଲାସ ପାଶୱାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୩-୦୪ ବର୍ଷରେ ରାଜ୍ୟରେ ୬୦ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୦୧୬-୧୭ବର୍ଷରେ ଏହା ବୃଦ୍ଧି ପାଇ ୫୨ଲକ୍ଷ ମେଟ୍ରିକ ଟନ୍&zwnj;ରେ ପହଞ୍ଚିଛି। ଚଳିତବର୍ଷ ୩୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଲାଣି। ତେବେ ରବି ଧାନ ସଂଗ୍ରହ ପ୍ରକ୍ରିୟା ମେ&rsquo; ପହିଲାରୁ ଆରମ୍ଭ ହେଉଛି। ମାତ୍ର ବଜାର ଦର ତୁଳନାରେ କେନ୍ଦ୍ର ସରକାର ଅତି କମ୍ ମୂଲ୍ୟ ନିର୍ଦ୍ଧାରଣ କରିଥିବାରୁ ରାଜ୍ୟ ପାଇଁ ଏହା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ତେଣୁ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ସହ ଧାନ ସଂଗ୍ରହ ପାଇଁ ଆନୁସଙ୍ଗିକ ଖର୍ଚ୍ଚ ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି ନବୀନ। ଏପରିକି ଗତବର୍ଷର ମୂଲ୍ୟ ସହ ସମାନ କରିବାକୁ ସେ ଅନୁରୋଧ କରିଛନ୍ତି।&nbsp; ଉଚିତ ମୂଲ୍ୟ ନିର୍ଦ୍ଧାରଣରେ ବିଳମ୍ବ ହେଲେ ରବି ଧାନ ସଂଗ୍ରହରେ ଏହା ବାଧା ଆଣିପାରେ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos