ଯୋଡ଼ା ପେଟରେ ଆରପାରିକୁ ଚାଲିଗଲେ ଗଙ୍ଗା ଯମୁନା

child

କଟକ: ଚିକିତ୍ସାଧୀନ ଅବସ୍ଥାରେ ନୟାଗଡ଼ ଜିଲ୍ଲା ଖଳିପାଟଣା ଗାଁର ଯୋଡ଼ା ପେଟ ଶିଶୁ ଗଙ୍ଗା-ଯମୁନାଙ୍କର ମୃତ୍ୟୁ ଘଟିଛି। କଟକ ଶିଶୁ ଭବନରେ ସେମାନଙ୍କ ଚିକିତ୍ସା ଚାଲିଥିଲା।  ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁଙ୍କ ମୃତ୍ୟୁ ହୋଇଥିବା ଗଙ୍ଗା-ଯମୁନାଙ୍କ ବାପା ସୂଚନା ଦେଇଛନ୍ତି।

ଗଙ୍ଗା-ଯମୁନାଙ୍କ ମୃତ୍ୟୁ ନେଇ ଶିଶୁଭବନ ଅଧୀକ୍ଷକ ସରୋଜ ଶତପଥୀ କହିଛନ୍ତି,“ ପୂର୍ବ ପରି ସେମାନେ ଅସୁସ୍ଥ ଥିଲେ। ସେମାନଙ୍କ ଚିକିତ୍ସା କରାଯାଉଥିଲା। ଉଭୟଙ୍କ ହୃତ୍ ସ୍ପନ୍ଦନ ବନ୍ଦ ହୋଇ ଯିବାରୁ ମୃତ୍ୟୁ ଘଟିଛି।”

ଗତ ୧ ତାରିଖରେ ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ ଯୋଡ଼ାପେଟ ଶିଶୁକନ୍ୟା ଜନ୍ମ ଦେଇଥିଲେ।  ଜନ୍ମ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମେଡ଼ିକାଲରେ ଗଙ୍ଗା-ଯମୁନାଙ୍କୁ ଭେଟିଥିଲେ। ଗଙ୍ଗା-ଯମୁନାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଦରକାର ପଡ଼ିଲେ ରାଜ୍ୟ ବାହାରେ ଚିକିତ୍ସା କରିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ।

Previous ArticleNext Article

Send this to a friend