ପୁଣି ଥରେ ଅଲିଭ ରିଡଲେ କଇଁଛଙ୍କ ସମୂହ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ପୁଣି ଥରେ ସମୂହ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୧୦ ହଜାର ଅଲିଭ ରିଡଲେ ସମୂହ ଅଣ୍ଡାଦାନରେ ସାମିଲ ହୋଇଛନ୍ତି। ଗତ ଫେବୃୟାରୀ ୨୦ ତାରଖରେ ପ୍ରାୟ ୪ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହାର ୫୦ ଦିନ ପରେ ଲକ୍ଷାଧିକ କଇଁଛ ଛୁଆ ସମୁଦ୍ର ମୁହାଁ ହେଲେଣି। ତେବେ କଇଁଛ ଛୁଆଙ୍କ ସମୁଦ୍ର ମୁହାଁ ସମୟରେ ପୁଣି ଥରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ବନ ବିଭାଗର ଚିନ୍ତା ବଢାଇ ଦେଇଛି।

ସୂଚନା ଅନୁସାରେ ପୂର୍ବରୁ ୨୦୦୬ ଏବଂ ୨୦୧୨ ମସିହାରେ ଅଲିଭ ରିଡଲେ ଏଭଳି ସମୂହ ଅଣ୍ଡାଦାନ କରିଥିଲେ। ତେବେ ଘଟଣାର ୭ବର୍ଷ ପରେ ଏଭଳି ଅଣ୍ଡାଦାନକୁ ପରିବେଶବିତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପରୀକ୍ଷା କରାଯିବା ଆବଶ୍ୟକ ବୋଲି ଡିଏଫ୍ଓ କହିଛନ୍ତି।

Ordigital Desk
• Published: Friday, 20 April 2018
• Updated: 20 April 2018, 08:11 AM IST

Sports

Latest News

ଗଞ୍ଜାମ (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ପୁଣି ଥରେ ସମୂହ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୧୦ ହଜାର ଅଲିଭ ରିଡଲେ ସମୂହ ଅଣ୍ଡାଦାନରେ ସାମିଲ ହୋଇଛନ୍ତି। ଗତ ଫେବୃୟାରୀ ୨୦ ତାରଖରେ ପ୍ରାୟ ୪ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହାର ୫୦ ଦିନ ପରେ ଲକ୍ଷାଧିକ କଇଁଛ ଛୁଆ ସମୁଦ୍ର ମୁହାଁ ହେଲେଣି। ତେବେ କଇଁଛ ଛୁଆଙ୍କ ସମୁଦ୍ର ମୁହାଁ ସମୟରେ ପୁଣି ଥରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ବନ ବିଭାଗର ଚିନ୍ତା ବଢାଇ ଦେଇଛି।

ସୂଚନା ଅନୁସାରେ ପୂର୍ବରୁ ୨୦୦୬ ଏବଂ ୨୦୧୨ ମସିହାରେ ଅଲିଭ ରିଡଲେ ଏଭଳି ସମୂହ ଅଣ୍ଡାଦାନ କରିଥିଲେ। ତେବେ ଘଟଣାର ୭ବର୍ଷ ପରେ ଏଭଳି ଅଣ୍ଡାଦାନକୁ ପରିବେଶବିତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପରୀକ୍ଷା କରାଯିବା ଆବଶ୍ୟକ ବୋଲି ଡିଏଫ୍ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos