ବିଦେଶରେ ଓଡ଼ିଆ ଗୀତର ସିରିଜ୍: ଜଲୱା ଦେଖାଉଛନ୍ତି ଓଡ଼ିଆ ପୁଅ ଅନୁପମ , ଦେଖନ୍ତୁ ଭିଡିଓ  

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆମେରିକାରେ ଓଡ଼ିଆ ପୁଅ ଅନୁପମଙ୍କ କ୍ରେଜ୍&zwnj;। ସେ ନୂଆ ହେଉ କି ପୁରୁଣା ଗୋଟିଏ ପରେ ଗୋଟିଏ ଓଡ଼ିଆ ଗୀତକୁ ବିଦେଶ ମାଟିରେ ସେ ଭିନ୍ନ ଅନ୍ଦାଜରେ ପରିବଶେଷଣ କରି ବେଶ ଆଦୃତି ଲାଭ କରିପାରିଛନ୍ତି ସେ। ତାଙ୍କ ଅଭିନୀତ ପୁଣି ଏକ ପୁରୁଣା ଓଡ଼ିଆ ଆଲବମ୍&zwnj; ଆମେରିକାରେ ଧୁମ୍ ମଚାଇଛନ୍ତି।&nbsp; ଜୁମ୍ୱୋ ଫର୍ମାଟରେ ନୃତ୍ୟ ପରିବେଷଣ ହୋଇଥିବା ଏହି&nbsp; ଗୀତରେ ମତୁଆଲା ହୋଛନ୍ତି ବିଦେଶିନୀ।&nbsp; ଅନୁପମଙ୍କ ସହ ପାଦରେ ପାଦ ମିଶାଇ ନାଚିଛନ୍ତି , ଝୁମିଛନ୍ତି ଆଉ ମଜା ବି ନେଉଛନ୍ତି। ଗୀତଟି ହେଉଛି &lsquo;ଡାମେରା ରାବିଦେଲାରେ କାଉ କାଓ କାଓ...&rsquo;। ଆମେରିକାର ତରୁଣୀଙ୍କ ଗହଣରେ&nbsp; ଗହଣରେ ଅନୁପମଙ୍କ ନୃତ୍ୟ ଖୁବ୍&zwnj; ଚମତ୍କାର ହୋଇଛି।</p> <p>ଏନେଇ ସେ ଫେସବୁକ୍&zwnj;ରେ ଭିଡିଓଟିକୁ ସେ ସେୟାର କରିଛନ୍ତି। ଲେଖିଛନ୍ତି &quot;ମୁଁ ଓଡ଼ିଆ ଆଉ ଭାରତୀୟ&quot; ମୋ ଭାଷା, କଳା ଆଉ ସଂସ୍କୃତି ସବୁଠୁ ବଢିଆ... ଆଶା କରୁଛି ସମସ୍ତଙ୍କୁ ଡାମେରା ରାବିଦେଲାର ଜୁମ୍ବୋ ଫର୍ମାଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ। ଓଡ଼ିଆ ଗୀତ ଆଉ ସମ୍ବଲପୁରୀ ନାଚ କିପରି ଯୁବଗୋଷ୍ଟୀଙ୍କୁ ଛୁଇଁ ପାରିବ ଏହା ତାଙ୍କର ଏକ ଛୋଟ ପ୍ରୟାସ । ଗୀତଟିକୁ କରୁଣାକର ସାଜନା ଭିଡିଓ ଗ୍ରାଫି କରିଥିବା ବେଳେ ନିଜେ ଅନୁପମ କୋରିଓଗ୍ରାଫି କରିଛନ୍ତି।&nbsp; ତେବେ ଏଥିରେ ସେ ସବୁ ଶ୍ରେୟ ପ୍ରକୃତ ଗୀତ ନିର୍ମାତାଙ୍କୁ&nbsp; ଉତ୍ସର୍ଗ କରିଛନ୍ତି। ଏହି ପୁରୁଣା ଗୀତଟିକୁ&nbsp; ଗୋବିନ୍ଦ ଚନ୍ଦ୍ର କଣ୍ଠଦାନ କରିଥିବା ବେଳେ, ଗୀତ-ବଜ୍ର ଜେନା ଓ ଅଭିନୟରେ ପାର୍ଥ, ସ୍ଵିତୀ ଅଛନ୍ତି। ନିକଟରେ ଅନୁପମଙ୍କ ଓଡ଼ିଆ ଆଲବମ &lsquo;ହଲିଯାଏ ଆମେରିକା&rsquo; ଗୀତଟି ଖୁବ୍ ଲୋକପ୍ରିୟ ହୋଇପାରିଛି । ପୂର୍ବରୁ ଅନୁପମ ଜୁମ୍ୱୋ ଡ୍ୟାନ୍ସରେ ସମ୍ୱଲପୁରୀ ଟ୍ରାକ୍ ଜାଇଫୁଲ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଡ୍ୟାନ୍ସିଂ କୋରିଓଗ୍ରାଫ୍&zwnj;ର ଜଣାଶୁଣା ଅନୁପମ୍&nbsp; ନାୟକ&nbsp;ଓଡ଼ିଶାରେ ଆଗରୁ ବେଶ ନାଁ କମାଇଛନ୍ତି। ଏବେ ସେ ଆମେରିକାରେ ଜଲୱା ଦେଖାଉଛନ୍ତି। ଏହି ଗୀତ ମାଧ୍ୟମରେ ଓଡ଼ିଶାର କଳା ପରମ୍ପରାକୁ ବିଦେଶରେ ଟେକ୍&zwnj; ରଖିବାରେ ଅନୁପମ ଆଉ ଜଣେ ଓଡ଼ିଆ ପାଲଟିଯାଇଛନ୍ତି।</p>

Ordigital Desk
  • Published: Monday, 12 February 2018
  • Updated: 12 February 2018, 07:45 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆମେରିକାରେ ଓଡ଼ିଆ ପୁଅ ଅନୁପମଙ୍କ କ୍ରେଜ୍&zwnj;। ସେ ନୂଆ ହେଉ କି ପୁରୁଣା ଗୋଟିଏ ପରେ ଗୋଟିଏ ଓଡ଼ିଆ ଗୀତକୁ ବିଦେଶ ମାଟିରେ ସେ ଭିନ୍ନ ଅନ୍ଦାଜରେ ପରିବଶେଷଣ କରି ବେଶ ଆଦୃତି ଲାଭ କରିପାରିଛନ୍ତି ସେ। ତାଙ୍କ ଅଭିନୀତ ପୁଣି ଏକ ପୁରୁଣା ଓଡ଼ିଆ ଆଲବମ୍&zwnj; ଆମେରିକାରେ ଧୁମ୍ ମଚାଇଛନ୍ତି।&nbsp; ଜୁମ୍ୱୋ ଫର୍ମାଟରେ ନୃତ୍ୟ ପରିବେଷଣ ହୋଇଥିବା ଏହି&nbsp; ଗୀତରେ ମତୁଆଲା ହୋଛନ୍ତି ବିଦେଶିନୀ।&nbsp; ଅନୁପମଙ୍କ ସହ ପାଦରେ ପାଦ ମିଶାଇ ନାଚିଛନ୍ତି , ଝୁମିଛନ୍ତି ଆଉ ମଜା ବି ନେଉଛନ୍ତି। ଗୀତଟି ହେଉଛି &lsquo;ଡାମେରା ରାବିଦେଲାରେ କାଉ କାଓ କାଓ...&rsquo;। ଆମେରିକାର ତରୁଣୀଙ୍କ ଗହଣରେ&nbsp; ଗହଣରେ ଅନୁପମଙ୍କ ନୃତ୍ୟ ଖୁବ୍&zwnj; ଚମତ୍କାର ହୋଇଛି।</p><p>ଏନେଇ ସେ ଫେସବୁକ୍&zwnj;ରେ ଭିଡିଓଟିକୁ ସେ ସେୟାର କରିଛନ୍ତି। ଲେଖିଛନ୍ତି &quot;ମୁଁ ଓଡ଼ିଆ ଆଉ ଭାରତୀୟ&quot; ମୋ ଭାଷା, କଳା ଆଉ ସଂସ୍କୃତି ସବୁଠୁ ବଢିଆ... ଆଶା କରୁଛି ସମସ୍ତଙ୍କୁ ଡାମେରା ରାବିଦେଲାର ଜୁମ୍ବୋ ଫର୍ମାଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ। ଓଡ଼ିଆ ଗୀତ ଆଉ ସମ୍ବଲପୁରୀ ନାଚ କିପରି ଯୁବଗୋଷ୍ଟୀଙ୍କୁ ଛୁଇଁ ପାରିବ ଏହା ତାଙ୍କର ଏକ ଛୋଟ ପ୍ରୟାସ । ଗୀତଟିକୁ କରୁଣାକର ସାଜନା ଭିଡିଓ ଗ୍ରାଫି କରିଥିବା ବେଳେ ନିଜେ ଅନୁପମ କୋରିଓଗ୍ରାଫି କରିଛନ୍ତି।&nbsp; ତେବେ ଏଥିରେ ସେ ସବୁ ଶ୍ରେୟ ପ୍ରକୃତ ଗୀତ ନିର୍ମାତାଙ୍କୁ&nbsp; ଉତ୍ସର୍ଗ କରିଛନ୍ତି। ଏହି ପୁରୁଣା ଗୀତଟିକୁ&nbsp; ଗୋବିନ୍ଦ ଚନ୍ଦ୍ର କଣ୍ଠଦାନ କରିଥିବା ବେଳେ, ଗୀତ-ବଜ୍ର ଜେନା ଓ ଅଭିନୟରେ ପାର୍ଥ, ସ୍ଵିତୀ ଅଛନ୍ତି। ନିକଟରେ ଅନୁପମଙ୍କ ଓଡ଼ିଆ ଆଲବମ &lsquo;ହଲିଯାଏ ଆମେରିକା&rsquo; ଗୀତଟି ଖୁବ୍ ଲୋକପ୍ରିୟ ହୋଇପାରିଛି । ପୂର୍ବରୁ ଅନୁପମ ଜୁମ୍ୱୋ ଡ୍ୟାନ୍ସରେ ସମ୍ୱଲପୁରୀ ଟ୍ରାକ୍ ଜାଇଫୁଲ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଡ୍ୟାନ୍ସିଂ କୋରିଓଗ୍ରାଫ୍&zwnj;ର ଜଣାଶୁଣା ଅନୁପମ୍&nbsp; ନାୟକ&nbsp;ଓଡ଼ିଶାରେ ଆଗରୁ ବେଶ ନାଁ କମାଇଛନ୍ତି। ଏବେ ସେ ଆମେରିକାରେ ଜଲୱା ଦେଖାଉଛନ୍ତି। ଏହି ଗୀତ ମାଧ୍ୟମରେ ଓଡ଼ିଶାର କଳା ପରମ୍ପରାକୁ ବିଦେଶରେ ଟେକ୍&zwnj; ରଖିବାରେ ଅନୁପମ ଆଉ ଜଣେ ଓଡ଼ିଆ ପାଲଟିଯାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos