ବିଦେଶରେ ଓଡ଼ିଆ ଗୀତର ସିରିଜ୍: ଜଲୱା ଦେଖାଉଛନ୍ତି ଓଡ଼ିଆ ପୁଅ ଅନୁପମ , ଦେଖନ୍ତୁ ଭିଡିଓ  

Anupam image

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆମେରିକାରେ ଓଡ଼ିଆ ପୁଅ ଅନୁପମଙ୍କ କ୍ରେଜ୍‌। ସେ ନୂଆ ହେଉ କି ପୁରୁଣା ଗୋଟିଏ ପରେ ଗୋଟିଏ ଓଡ଼ିଆ ଗୀତକୁ ବିଦେଶ ମାଟିରେ ସେ ଭିନ୍ନ ଅନ୍ଦାଜରେ ପରିବଶେଷଣ କରି ବେଶ ଆଦୃତି ଲାଭ କରିପାରିଛନ୍ତି ସେ। ତାଙ୍କ ଅଭିନୀତ ପୁଣି ଏକ ପୁରୁଣା ଓଡ଼ିଆ ଆଲବମ୍‌ ଆମେରିକାରେ ଧୁମ୍ ମଚାଇଛନ୍ତି।  ଜୁମ୍ୱୋ ଫର୍ମାଟରେ ନୃତ୍ୟ ପରିବେଷଣ ହୋଇଥିବା ଏହି  ଗୀତରେ ମତୁଆଲା ହୋଛନ୍ତି ବିଦେଶିନୀ।  ଅନୁପମଙ୍କ ସହ ପାଦରେ ପାଦ ମିଶାଇ ନାଚିଛନ୍ତି , ଝୁମିଛନ୍ତି ଆଉ ମଜା ବି ନେଉଛନ୍ତି। ଗୀତଟି ହେଉଛି ‘ଡାମେରା ରାବିଦେଲାରେ କାଉ କାଓ କାଓ…’। ଆମେରିକାର ତରୁଣୀଙ୍କ ଗହଣରେ  ଗହଣରେ ଅନୁପମଙ୍କ ନୃତ୍ୟ ଖୁବ୍‌ ଚମତ୍କାର ହୋଇଛି।

ଏନେଇ ସେ ଫେସବୁକ୍‌ରେ ଭିଡିଓଟିକୁ ସେ ସେୟାର କରିଛନ୍ତି। ଲେଖିଛନ୍ତି “ମୁଁ ଓଡ଼ିଆ ଆଉ ଭାରତୀୟ” ମୋ ଭାଷା, କଳା ଆଉ ସଂସ୍କୃତି ସବୁଠୁ ବଢିଆ… ଆଶା କରୁଛି ସମସ୍ତଙ୍କୁ ଡାମେରା ରାବିଦେଲାର ଜୁମ୍ବୋ ଫର୍ମାଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ। ଓଡ଼ିଆ ଗୀତ ଆଉ ସମ୍ବଲପୁରୀ ନାଚ କିପରି ଯୁବଗୋଷ୍ଟୀଙ୍କୁ ଛୁଇଁ ପାରିବ ଏହା ତାଙ୍କର ଏକ ଛୋଟ ପ୍ରୟାସ । ଗୀତଟିକୁ କରୁଣାକର ସାଜନା ଭିଡିଓ ଗ୍ରାଫି କରିଥିବା ବେଳେ ନିଜେ ଅନୁପମ କୋରିଓଗ୍ରାଫି କରିଛନ୍ତି।  ତେବେ ଏଥିରେ ସେ ସବୁ ଶ୍ରେୟ ପ୍ରକୃତ ଗୀତ ନିର୍ମାତାଙ୍କୁ  ଉତ୍ସର୍ଗ କରିଛନ୍ତି। ଏହି ପୁରୁଣା ଗୀତଟିକୁ  ଗୋବିନ୍ଦ ଚନ୍ଦ୍ର କଣ୍ଠଦାନ କରିଥିବା ବେଳେ, ଗୀତ-ବଜ୍ର ଜେନା ଓ ଅଭିନୟରେ ପାର୍ଥ, ସ୍ଵିତୀ ଅଛନ୍ତି। ନିକଟରେ ଅନୁପମଙ୍କ ଓଡ଼ିଆ ଆଲବମ ‘ହଲିଯାଏ ଆମେରିକା’ ଗୀତଟି ଖୁବ୍ ଲୋକପ୍ରିୟ ହୋଇପାରିଛି । ପୂର୍ବରୁ ଅନୁପମ ଜୁମ୍ୱୋ ଡ୍ୟାନ୍ସରେ ସମ୍ୱଲପୁରୀ ଟ୍ରାକ୍ ଜାଇଫୁଲ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଡ୍ୟାନ୍ସିଂ କୋରିଓଗ୍ରାଫ୍‌ର ଜଣାଶୁଣା ଅନୁପମ୍  ନାୟକ ଓଡ଼ିଶାରେ ଆଗରୁ ବେଶ ନାଁ କମାଇଛନ୍ତି। ଏବେ ସେ ଆମେରିକାରେ ଜଲୱା ଦେଖାଉଛନ୍ତି। ଏହି ଗୀତ ମାଧ୍ୟମରେ ଓଡ଼ିଶାର କଳା ପରମ୍ପରାକୁ ବିଦେଶରେ ଟେକ୍‌ ରଖିବାରେ ଅନୁପମ ଆଉ ଜଣେ ଓଡ଼ିଆ ପାଲଟିଯାଇଛନ୍ତି।

Zumba style on Damera Rabi dela lo…

ଦାମେରା ରାବିଲା United states of America ରେ ଭି!!!(Don't forget to share it)ମୁଁ ଗର୍ବ ରେ କୁହେ "ମୁଁ ଓଡ଼ିଆ ଆଉ ଭାରତୀୟ" ମୋ ଭାଷା, କଳା ଆଉ ସଂସ୍କୃତି ସବୁଠୁ ବଢିଆ… ଆଶା କରୁଛି ସମସ୍ତଙ୍କୁ ଏହି Damera Rabidela ଜୁମ୍ବା style ପସନ୍ଦ ଆସିବ!!!ଏଇ ମୋର ଗୋଟେ ଛୋଟ ପ୍ରୟାସ ଥିଲା କିପରି ଓଡ଼ିଆ ଗୀତ ଆଉ ସମ୍ବଲପୁରୀ ନାଚ କୁ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ଜାଗୃତ କରିବା(As it's a Zumba workout program so I always need to keep balance between Dance and Fitness)Videography by- Karunakar SajjanaChoreography by- AnupamZOriginal Audio &Video creditsକଣ୍ଠ- ଗୋବିନ୍ଦ ଚନ୍ଦ୍ରଗୀତ – ବଜ୍ର ଜେନାକଳାକାର – ପାର୍ଥ,ସ୍ଵିତୀSpecial thanks to Partha for providing me this beautiful track!!

Posted by Anupam Z Choreographer on 11 फेब्रुवारी 2018

Previous ArticleNext Article

Send this to a friend