ବଲାଙ୍ଗିର ବିଜେଡିରେ ଘନୋଉଛି ବିବାଦ: ଫିଲ୍ଡରେ ଆଉ ଏକ ଗୋଷ୍ଠୀ

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ମଧ୍ୟରେ ରାଜନୈତିକ ବିବାଦ ଥିବା, ମତପାର୍ଥକ୍ୟ ଓ କଥା ସମସ୍ତେ ଜାଣନ୍ତି। ଛାଇ ପଡ଼ିଲେ ଉଭୟ ନେତାଙ୍କ ନାହି ଡେଇଁଥାଏ। ସୁଯୋଗ ପାଇଲା ମାତ୍ରେ କେହି କାହାରିକୁ ସମାଲୋଚନା କରିବାକୁ ଭୁଲି ନଥାନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲାଙ୍ଗିର ଜିଲ୍ଲାର ଆଉ ଜଣେ ବରିଷ୍ଠ ବିଜେଡି ନେତା। ନେତା ଜଣଙ୍କ ଗାଁ ଗାଁ ବୁଲି କର୍ମୀ […]

bolangiri

bolangiri

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 06:38 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ମଧ୍ୟରେ ରାଜନୈତିକ ବିବାଦ ଥିବା, ମତପାର୍ଥକ୍ୟ ଓ କଥା ସମସ୍ତେ ଜାଣନ୍ତି। ଛାଇ ପଡ଼ିଲେ ଉଭୟ ନେତାଙ୍କ ନାହି ଡେଇଁଥାଏ। ସୁଯୋଗ ପାଇଲା ମାତ୍ରେ କେହି କାହାରିକୁ ସମାଲୋଚନା କରିବାକୁ ଭୁଲି ନଥାନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲାଙ୍ଗିର ଜିଲ୍ଲାର ଆଉ ଜଣେ ବରିଷ୍ଠ ବିଜେଡି ନେତା। ନେତା ଜଣଙ୍କ ଗାଁ ଗାଁ ବୁଲି କର୍ମୀ ସମ୍ମିଳନୀ କରୁଛନ୍ତି ଓ ଯୋଗେନ୍ଦ୍ରଙ୍କ ବିରୋଧରେ ବିଷ ଓଗାଳୁଛନ୍ତି। ଆଗାମୀ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି ଉଠାଇବା ସହ କର୍ମୀମାନଙ୍କ ସହ ଆଲୋଚନା କରୁଛନ୍ତି। ଏ ହେଉଛନ୍ତି ବଲାଙ୍ଗିରର ବିଜେଡି ଜିଲ୍ଲା ଉପସଭାପତି ପ୍ରଦୀପ ଗୁରୁ।

bolangiriଦିନକୁ ଦିନ ବଲାଙ୍ଗିର ବିଜେଡିରେ ବିଦ୍ରୋହର ନିଆଁ ମାଡିବାରେ ଲାଗିଛି। ପ୍ରଦୀପ ସିଧାସିଧା ଯୋଗେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦଳୀୟ କର୍ମକର୍ତ୍ତା ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧାୟକଙ୍କ ମୂଲ୍ୟାଙ୍କନ କରୁଛନ୍ତି। ବିଧାୟକ ସାଧାରଣ ଲୋକଙ୍କର କୌଣସି କଥା ବୁଝୁ ନଥିବା, ଲୋକଙ୍କ ସହ ସମ୍ପର୍କ ରଖୁ ନଥିବା ଅଭଯୋଗ କରି ଆଗାମୀ ଦିନରେ ତାଙ୍କୁ ବିରୋଧ କରିବାକୁ ପ୍ରଦୀପ ଆହ୍ୱାନ ଦେଉଛନ୍ତି। ଖାଲି ସେତିକି ନୁହେଁ, ଦଳୀୟ କର୍ମକର୍ତ୍ତା ବିଭିନ୍ନ ପଞ୍ଚାୟତ ବୁଲି ବିଧାୟକଙ୍କୁ ବିରୋଧ କରୁଛନ୍ତି।

ପ୍ରଦୀପଙ୍କ କହିବା କଥା, ବିଧାୟକ ଯୋଗେନ୍ଦ୍ର ବେହେରା ଲୋକଙ୍କ ସହ ସଂପର୍କ ରଖିନାହାନ୍ତି। ପଞ୍ଚାୟତ ନିର୍ବାଚନରେ, ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଦଳର ଶୋଚନୀୟ ପରାଜୟ ହୋଇଛି।  ତେଣୁ ଆଗାମୀ ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ପ୍ରଦୀପ ଦାବି କରିଛନ୍ତି।

bolangiriସୂଚନାଯୋଗ୍ୟ ଯେ, କଲିକେଶ ଏବଂ ଯୋଗେନ୍ଦ୍ର ଅନେକ ସମୟରେ ବଲାଙ୍ଗିର ରାଜନୀତିକୁ ନେଇ ମୁହାଁମୁହିଁ ହୋଇଥାନ୍ତି। ବିଭିନ୍ନ ସ୍ଥାନରେ ଦୁଇ ନେତାଙ୍କ ସମର୍ଥକ ଅନ୍ୟକୁ ଆକ୍ଷେପ କରିବା କିଛି ନୂଆ କଥା ନୁହେଁ। ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନକୁ ସାଂସଦ ଗସ୍ତ କଲେ ବିଧାୟକଙ୍କ ଗୋଷ୍ଠୀ ପକ୍ଷରୁ ବିରୋଧର ସମ୍ମୁଖୀନ ହେଉଥିବା ବେଳେ କିଛି ସ୍ଥାନରେ ବିଧାୟକଙ୍କ ଗୋଷ୍ଠୀ ପାଇଁ ସାଂସଦ ହଟହଟା ହେବାର ନଜିର ରହିଛି। ଏବେ ପ୍ରଦୀପଙ୍କ ‘ବିଧାୟକ ହଟାଓ ଅଭିଯାନ’ ତାଙ୍କୁ ଆହୁରି ଅଡୁଆରେ ପକାଇବ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି।

bolangiriଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ ଚାଲିଥିବା ଏହି ଅଭିଯାନ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ କରୁଥିବା ଯୋଗେନ୍ଦ୍ରଙ୍କ ସମର୍ଥକ କହୁଛନ୍ତି। ଏହାସହ ଏହି ବିଦ୍ରୋହୀ କର୍ମୀଙ୍କ ପଛରେ ସାଂସଦଙ୍କ ସମର୍ଥନ ଥିବା ମଧ୍ୟ ଅଭିଯୋଗ ହେଉଛି।

ଜିଲ୍ଲାରେ ବରିଷ୍ଠ ନେତାମାନଙ୍କ ଏହି ଗୋଡ ଟଣାଟଣି ଖବର ମୁଖିଆଙ୍କ ପାଖରେ ଅଛି କି ନାହିଁ ? ଯଦି ଅଛି, ମୁଖିଆ ଆଗକୁ କ’ଣ ପଦକ୍ଷେପ ନେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଜେଡିର ଗୋଳିଆ ପାଣିରୁ ବିରୋଧୀ କେତେ ଫାଇଦା ଉଠାଇବେ ? ଦଳୀୟ କନ୍ଦଳ ଆଗାମୀ ନିର୍ବାଚନରେ ବିଜେଡି ପାଇଁ ବୁମେରାଂ ହେବ କି ? ଏହା ବିରୋଧୀଙ୍କୁ ସଂଗଠନ ଦୃଢ କରିବାକୁ ସୁଯୋଗ ଦେବ କି ? ଏମିତି ବହୁ ପ୍ରଶ୍ନ ଏବେ ଜିଲ୍ଲାର ସାଧାରଣ ଜନତାଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos