ଭୁବନେଶ୍ୱରରେ ଲୋକାର୍ପିତ ହେଲା ନ୍ୟାସନାଲ ଡାଟା ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା ନ୍ୟାସନାଲ୍ ଇନ୍‌ଫରମେଶନ୍‌ ସେଣ୍ଟର(ଏନ୍‌ଆଇସି)। ଦେଶର ଚତୁର୍ଥ ଡାଟା ସେଣ୍ଟର ଭାବେ ଏହାକୁ ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ର ସୂଚନା ଓ ବୈଷୟିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କଳାତ୍ମକ ସୌଧ ଓଡ଼ିଶା ସମେତ ପୂର୍ବାଞ୍ଚଳର ୧୫ଟି ରାଜ୍ୟର ଡାଟା ସଂରକ୍ଷଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଡିଜିଟାଲ୍ ଇଣ୍ଡିଆକୁ ଅଧିକ ତ୍ୱରାନ୍ୱୀତ କରିବା ପାଇଁ ଏହି ଡାଟା ସେଣ୍ଟରର କାର୍ଯ୍ୟ ମହତ୍ୱପୂର୍ଣ୍ଣ […]

data center inagurated

data center inagurated

Rakesh Mallick
  • Published: Monday, 28 May 2018
  • Updated: 28 May 2018, 07:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା ନ୍ୟାସନାଲ୍ ଇନ୍‌ଫରମେଶନ୍‌ ସେଣ୍ଟର(ଏନ୍‌ଆଇସି)। ଦେଶର ଚତୁର୍ଥ ଡାଟା ସେଣ୍ଟର ଭାବେ ଏହାକୁ ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ର ସୂଚନା ଓ ବୈଷୟିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କଳାତ୍ମକ ସୌଧ ଓଡ଼ିଶା ସମେତ ପୂର୍ବାଞ୍ଚଳର ୧୫ଟି ରାଜ୍ୟର ଡାଟା ସଂରକ୍ଷଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଡିଜିଟାଲ୍ ଇଣ୍ଡିଆକୁ ଅଧିକ ତ୍ୱରାନ୍ୱୀତ କରିବା ପାଇଁ ଏହି ଡାଟା ସେଣ୍ଟରର କାର୍ଯ୍ୟ ମହତ୍ୱପୂର୍ଣ୍ଣ ବୋଲି ରବିଶଙ୍କର ପ୍ରସାଦ କରିଛନ୍ତି।

ସରକାରଙ୍କ ଦ୍ୱାରା ପରିଚାଳିତ ଇ-ହସ୍ପିଟାଲ ସୁବିଧା ହେଉ କିମ୍ବା ଅନ୍ୟାନ୍ୟ ଯୋଜନାର ରୂପରେଖ ପ୍ରସ୍ତୁତିରେ ଏହି ଡାଟା ସେଣ୍ଟର ବେଶ୍ ଉପଯୋଗୀ ହେବ। ଡିଜିଟାଲ ପ୍ଲାଟଫର୍ମ ଜରିଆରେ ରୋଗୀ, ହସ୍ପିଟାଲ ଓ ଡାକ୍ତରଙ୍କୁ ସଂଯୋଗ ସହ ପେନ୍‌ସନଧାରୀଙ୍କ ପାଇଁ ବ୍ୟାଙ୍କ ସହ ଡିଜିଟାଲ ସଂଯୋଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ଅବସରରେ ଏକ ୱେବସାଇଟ୍‌ ଓ ମୋବାଇଲ୍ ଆପ୍‌ ମଧ୍ୟ ଉନ୍ମୋଚନ କରାଯାଇଛି।

ଓଡ଼ିଶାକୁ ଆଗକୁ ନେବାକୁ ହେଲେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଯେଉଁଭଳି ଭାବେ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର ଟିକିଏ ତତ୍ପରତା ପ୍ରକାଶ କଲେ ଓଡ଼ିଶାର ବିକାଶ ତ୍ୱରାନ୍ୱୀତ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଆଇଟି ସଚିବ ଅଶୋକ ମୀନା କହିଛନ୍ତି ଆମେ ଅନୁରୋଧ କରୁଛୁ, କେନ୍ଦ୍ର ସହଯୋଗର ହାତ ବଢ଼ାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos