ସରକାରଙ୍କ ନିଷ୍ପତ୍ତି: ନୂଆ ଲୁକ୍‌ରେ ସ୍କୁଲ କଲେଜ ଆସିବେ ସାର, ଦିଦି

nn

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବ ଡ୍ରେସକୋଡ।  ଆଗକୁ ନୂଆ ଲୁକରେ ଆସିବେ ରାଜ୍ୟର ସମସ୍ତ ସରକାରୀ ସ୍କୁଲ୍ ଓ କଲେଜର ଶିକ୍ଷକ ଓ ଶିକ୍ଷୟିତ୍ରୀ। ସେମାନଙ୍କ ପାଇଁ ସମ୍ବଲପୁରୀ କପଡାରେ ପ୍ରସ୍ତୁତ ଡ୍ରେସ୍ କୋଡ୍ ଲାଗୁ ହେବ। ସମ୍ବଲପୁରୀ କପଡ଼ାରେ ତିଆରି ଡ୍ରେସ୍ କୋଡ୍ ଆସନ୍ତା ମାସେ ଭିତରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।

ସେ କହିଛନ୍ତି,- ଆସନ୍ତା ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସବୁ ପ୍ରାଇମେରୀ ଓ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଏହି ଡ୍ରେସ୍ କୋଡ୍ ଯୋଗାଇ ଦିଆଯିବ। ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଡ୍ରେସ୍ ଯୋଗାଇବାକୁ ବ୍ୟବସ୍ଥା ହେଉଛି।

ସେ ଆହୁରି କହିଛନ୍ତି,-“ପରବର୍ତ୍ତୀ ପର୍ଯ୍ୟାୟରେ କଲେଜ ସ୍ତରରେ ଓ ପରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ  ପାଇଁ ମଧ୍ୟ ଏଭଳି ଡ୍ରେସ୍ କୋଡ୍ ପାଇଁ ଲକ୍ଷ୍ୟ ରଖାଯାଇଛି।”

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି,- “ଆଗକୁ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏଭଳି ଡ୍ରେସ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି। ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇ ନାହିଁ।”
maxresdefaultଏଭଳି ବ୍ୟବସ୍ଥା ଦ୍ୱାରା ବୁଣାକାରଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ବୋଲି ସଂଘ କହିଛି।

ତେବେ ସମ୍ବଲପୁରୀ କପଡାରେ ଡ୍ରେସ୍ କୋଡ ବ୍ୟବସ୍ଥାକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଏଭଳି ଡ୍ରେସ୍ କୋଡ୍ ଫଳରେ ପଶ୍ଚିମ ଓଡ଼ିଶାର ସୁନାମ ବଢିବା ସହ ବୁଣାକାର ଶିଳ୍ପ ପାଇଁ ଉତ୍ସାହ ଯୋଗାଇବ ବୋଲି ଶିକ୍ଷକ ଓ ଶିକ୍ଷାର୍ଥୀ କହିଛନ୍ତି।

ତେବେ ରାଜ୍ୟ ବୟନଶିଳ୍ପ ବିଭାଗର ଏ ନୂଆ ପଦକ୍ଷେପ କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି। ତା’ ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ବିଭିନ୍ନ ସ୍କୁଲ କଲେଜକୁ ଭିତ୍ତିକରି ଭିନ୍ନ ଭିନ୍ନ ରଙ୍ଗର ଡ୍ରେସକୋଡ ପ୍ରଚଳନ କରାଯାଇଥିଲା।

Previous ArticleNext Article

Send this to a friend