ସ୍ୱଚ୍ଛତା ଦିଗରେ ଆଉ ପାଦେ, ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭାଗନେବ ବିଏମ୍‌ସି

BMC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଚ୍ଛତା କ୍ଷେତ୍ରରେ ଆଉ ପାଦେ ଆଗକୁ ଯିବା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱରର ମହାନଗର ନିଗମ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭାଗ ନେବା ପାଇଁ ରାଜଧାନୀବାସୀଙ୍କୁ ସଚେତନ କରିବ ବିଏମସି। ଟିଭି, ଖବର କାଗଜ ଓ ରେଡିଓ ସହ ଫେସବୁକ୍, ହ୍ୱାଟ୍ସଅପ୍ ଭଳି ସୋସିଆଲ ମିଡିଆରେ ଲୋକଙ୍କୁ ଅନୁରୋଧ କରାଯିବ। ଏନେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ବିଏମସି ପକ୍ଷରୁ ସ୍ୱତନ୍ତ୍ର କାମ୍ପେନ ହେବ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭୁବନେଶ୍ୱର ସମେତ ୪ ହଜାରରୁ ଅଧିକ ସହର ପ୍ରତିଯୋଗିତା କରିବ। ପ୍ରତିଯୋଗିତା ପାଇଁ ଥିବା ୪ ହଜାର ନମ୍ବରରୁ ୧ ହଜାର ନମ୍ବର  କେବଳ  ଭୋଟିଂ ଜରିଆରେ ଦେଇପାରିବେ ରାଜଧାନୀ ବାସିନ୍ଦା। ଗତ ବର୍ଷ ସର୍ବେକ୍ଷଣରେ ଭୁବନେଶ୍ୱର ୯୪ତମ ରାଙ୍କରେ ଥିଲା।

Previous ArticleNext Article

Send this to a friend