ଭୁବନେଶ୍ୱର(ଓଡିଶା ରିପୋର୍ଟର): ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବଜେଟ୍ ଦାଖଲ କରିଛନ୍ତି। ଏହି ବଜେଟ୍ରେ ନୂଆ କରି “ଆମ ଘରେ ଏଲଇଡି ଲାଇଟ୍” କାର୍ଯ୍ୟକ୍ରମର ଆରମ୍ଭ କରାଯିବାକୁ ଘୋଷଣା କରାଯାଇଛି । ଏଥିପାଇଁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ୪ଟି ଏଲଇଡି ଲାଇଟ୍ ଯୋଗାଇ ଦିଆଯିବ । ସେହିପରି ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ଏବଂ ଜୀବିକା ବିକାଶ ପାଇଁ ଗ୍ରୀନ୍ ମହାନଦୀ ମିଶନରେ ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।