କୃଷ୍ଣ ଗୋପପୁରକୁ ଯିବା ପରେ ଏବେ ସୁଟିଂହେଲା ଟାଇଟାନିକ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜୁ ସମୁଦ୍ର ଯୋଜନା ସଫଳ ହେବା ପରେ ଭଗବାନ କୃଷ୍ଣ ଏଠାରେ ଲୀଲା କରିବାକୁ ମନ ବଳାଇଲେ। ଆଉ ବନ୍ଦୀଶାଳାରେ ଜନ୍ମ ହେବା ପରେ ସୁରୁଖୁରୁରେ ପାର୍‌ ହୋଇଗଲେ ମଥୁରାରୁ ଗୋପ। via ଇସ୍କନ ମନ୍ଦିର ଛକ। ଏମିତି ପରିସ୍ଥିତିରେ ଓଲିଉଡ୍‌ ଫିଲ୍ମ ନିର୍ମାତାମାନେ କିପରି ଯେ ନିଜକୁ ଦୂରେଇ ରଖିଥାନ୍ତେ। ସେଥିପାଇଁ ଓଲିଉଡ୍‌ ଫିଲ୍ମ ନିର୍ମାତାମାନେ ଫିଲ୍ମ ସୁଟିଂ ପାଇଁ ଅଣ୍ଟା ଭିଡ଼ିଲେ। ଆଉ ଓଲିଉଡ୍‌ ମାଟିରେ ଥାପିଲା କ୍ୟାମେରା ଆଉ ଟ୍ରାଇପଏଡ୍‌। […]

tt

tt

Rakesh Mallick
  • Published: Monday, 02 July 2018
  • Updated: 02 July 2018, 05:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜୁ ସମୁଦ୍ର ଯୋଜନା ସଫଳ ହେବା ପରେ ଭଗବାନ କୃଷ୍ଣ ଏଠାରେ ଲୀଲା କରିବାକୁ ମନ ବଳାଇଲେ। ଆଉ ବନ୍ଦୀଶାଳାରେ ଜନ୍ମ ହେବା ପରେ ସୁରୁଖୁରୁରେ ପାର୍‌ ହୋଇଗଲେ ମଥୁରାରୁ ଗୋପ। via ଇସ୍କନ ମନ୍ଦିର ଛକ। ଏମିତି ପରିସ୍ଥିତିରେ ଓଲିଉଡ୍‌ ଫିଲ୍ମ ନିର୍ମାତାମାନେ କିପରି ଯେ ନିଜକୁ ଦୂରେଇ ରଖିଥାନ୍ତେ। ସେଥିପାଇଁ ଓଲିଉଡ୍‌ ଫିଲ୍ମ ନିର୍ମାତାମାନେ ଫିଲ୍ମ ସୁଟିଂ ପାଇଁ ଅଣ୍ଟା ଭିଡ଼ିଲେ। ଆଉ ଓଲିଉଡ୍‌ ମାଟିରେ ଥାପିଲା କ୍ୟାମେରା ଆଉ ଟ୍ରାଇପଏଡ୍‌। ସୁଟିଂ ସେଟ୍‌ ପାଲଟିଲା ଭୁବନେଶ୍ୱର ଇସ୍କନ୍‌ ମନ୍ଦିର ସମ୍ମୁଖ । 35 mm କ୍ୟାମେରାରେ କଏଦ୍‌ ହେଲା ବହୁଚର୍ଚ୍ଚିତ ଫିଲ୍ମ “ଟାଇଟାନିକ୍‌”।(ସୋସିଆଲ ମିଡିଆରେ ପ୍ରଦର୍ଶିତ ବ୍ୟଙ୍ଗ ଚିତ୍ରକୁ ଆଧାର କରି ଏହା କୁହାଯାଇଛି। )

ଆମେ କହିଥିବା ଏ କଥାଗୁଡିକ ଆପଣ ପ୍ରାଞ୍ଜଳ ଭାବେ ପଢିଲେ ତ? ଯଦି ହଁ, ତା ହେଲେ ଭାବନ୍ତୁ ମାତ୍ର ୩ଟା ଦିନରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଡିମାଣ୍ଡ କେମିତି ବଢିଗଲା। ଆମ କଥା ପଢି ଆପଣ ହସୁଥିବେ ! ଅବଶ୍ୟ ହସିବେନି ବା କେମିତି ଯେ, ଆମ ଲୋକଙ୍କ ଯେତେ ଶୃଜନଶୀଳତା ଥିଲା ସବୁ ଏବେ ଫୁଟି ବାହାରିଛି। କି ବର୍ଷା ହେଲା କେଜାଣି ଇସ୍କନ ମଠ ଛକ ଚର୍ଚ୍ଚିତ ହୋଇପଡିଲ।। ଆଉ ପିଲାଠୁ ବୁଢା ସବୁ ପାଲଟିଗଲେ ସାମ୍ବାଦିକ।

ଆମେ କହୁଛୁ ୨ ଦିନ ତଳେ ଭୁବନେଶ୍ୱରରେ ବର୍ଷା ପରେ ଉପୁଜିଥିବା ସ୍ଥିତିର କଥା। କେମିତି ଇସ୍କନ ସମ୍ମୁଖରେ ପାଣି ଜମିଥିଲା। ଆଉ ଏହାକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିଲା ହଇଚଇ। ସମସ୍ତେ ଏ ଦୃଶ୍ୟକୁ ମୋବାଇଲରେ କଏଦ କରିବା ପରେ କିଏ ଏହାକୁ ସରକାରଙ୍କ ଅପରାଗତା କହି “ବିଜୁ ସମୁଦ୍ର ଯୋଜନା” ଲେଖିଲା ତ ପୁଣି କିଏ ଉଜାଣି ଯମୁନାରେ କୃଷ୍ଣଙ୍କ ଗୋପ ବିଜୟର କଥାକୁ ବଖାଣି ବସିଲା। ଆଉ ଏଇ କଥାକୁ ଦିନେ ନ ପୁରୁଣୁ ଆଜି ପୁଣି ନୂଆ ଫଟୋ। ବର୍ଷା ପାଣିରେ ଟାଇଟାନିକ୍‌ ଆଉ କ୍ୟାମେର ଟ୍ରାଇପଏଡ୍‌ର ଫଟୋକୁ ଏଡିଟ୍‌ କରି ଥାପି କେହି ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ ଛାଡିଥିଲେ। ଯାହା ଏବେ ହେଲାଣି ଭାଇରାଲ।

ଏତେ ସବୁ ଭାଇରାଲ ଫଟୋ ଦେଖି ଆମକୁ ନିଜକୁ ନିଜେ ଧନ୍ୟବାଦ ଦେବାକୁ ଭାରି ଇଚ୍ଛା ହେଉଛି। କିଏ କହିଲା ଆମେ ପଛୁଆ ବୋଲି। ଏ ସବୁ ଭାଇରାଲ ଫଟୋ ଦେଖି ଲାଗୁଛି ଆମେ ହିଁ ସବୁଠାରୁ ବଡ଼ ଶୃଜନଶୀଳ ପ୍ରଜାତୀ।

ସୂଚନାଯୋଗ୍ୟ ଯେ, ଭାଇରାଲ ହୋଇଥିବା ବର୍ଷ ପାଣିରେ ଶ୍ରୀକୃଷ୍ଣଙ୍କ ‍ଫଟୋଟିକୁ ସମ୍ବଲପୁରର ରିତେନ ପଟ୍ଟନାୟକ ଏଡିଟ୍‌ କରିଥିବା ଆମକୁ ଫୋନ୍‌ ଯୋଗେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos