ଏନ୍‌ଏଚ୍‌ଏଆଇ କହିଲା- ଡ୍ରେନ୍‌ ନିର୍ମାଣ କଥା କହି ଭୁଲି ଗଲା ବିଏମ୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଣିର ଜବାବ୍ ପାଣିରେ। ଅସରାଏ ବର୍ଷାରେ ରାଜଧାନୀର ବହୁ ଅଞ୍ଚଳ ଜଳମଗ୍ନ ହେବା ପରେ ଅଭିନବ ଢଙ୍ଗରେ ଆଜି ପ୍ରତିବାଦ କରିଛି କଂଗ୍ରେସ। ଟ୍ୟାଙ୍କର ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ଙ୍କ ଅଫିସରେ ପାଣି ଢାଳିଛନ୍ତି ଦଳୀୟ କର୍ମୀ କହିଛି। ଲୋକେ ଯଦି ପାଣିରେ ରହିବେ, କର୍ତ୍ତୃପକ୍ଷ ବି ସମାନ ଦଶା ଭୋଗିବା ଉଚିତ୍। ଆଗକୁ ଅନ୍ୟ ବିଭାଗରେ ମଧ୍ୟ ପାଣି ଢଳାଯିବ ବୋଲି ଦଳ ଚେତବାନୀ ଦେଇଛି। ମୌସୁମୀ ଋତୁ ଆରମ୍ଭରୁ ରାଜଧାନୀ […]

b67

b67

Rakesh Mallick
  • Published: Monday, 02 July 2018
  • Updated: 02 July 2018, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଣିର ଜବାବ୍ ପାଣିରେ। ଅସରାଏ ବର୍ଷାରେ ରାଜଧାନୀର ବହୁ ଅଞ୍ଚଳ ଜଳମଗ୍ନ ହେବା ପରେ ଅଭିନବ ଢଙ୍ଗରେ ଆଜି ପ୍ରତିବାଦ କରିଛି କଂଗ୍ରେସ। ଟ୍ୟାଙ୍କର ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ଙ୍କ ଅଫିସରେ ପାଣି ଢାଳିଛନ୍ତି ଦଳୀୟ କର୍ମୀ କହିଛି। ଲୋକେ ଯଦି ପାଣିରେ ରହିବେ, କର୍ତ୍ତୃପକ୍ଷ ବି ସମାନ ଦଶା ଭୋଗିବା ଉଚିତ୍। ଆଗକୁ ଅନ୍ୟ ବିଭାଗରେ ମଧ୍ୟ ପାଣି ଢଳାଯିବ ବୋଲି ଦଳ ଚେତବାନୀ ଦେଇଛି।

ମୌସୁମୀ ଋତୁ ଆରମ୍ଭରୁ ରାଜଧାନୀ ଇସ୍କନ ମନ୍ଦିର ସମେତ ବହୁ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏହାକୁ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଥିଲା। ଏନ୍ଏଚ୍ଏଆଇ ଅଫିସରେ ପାଣି ଢ଼ାଳି ପ୍ରତିବାଦ କରିଥିଲା କଂଗ୍ରେସ। ଏପରିକି ଉପସ୍ଥିତ ଏନ୍ଏଚ୍ଏଆଇ ଅଧିକାରୀ ମଧ୍ୟ ବର୍ତ୍ତି ନଥିଲେ। ତା’ସହିତ କେବେ ସୁଦ୍ଧା ଜଳ ନିଷ୍କାସର ସମସ୍ୟାର ସମାଧାନ ହେବ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କଠାରୁ ଜବାବ ମାଗିଥିଲା କଂଗ୍ରେସ। ତେବେ ଏହା କେବଳ ଟ୍ରେଲର ବୋଲି କହିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ଆଗାମୀ ଦିନରେ ପୂରା ଫିଲ୍ମ ଦେଖାଯିବ ଓ ବିଏମ୍‌ସି କାର୍ଯ୍ୟାଳୟରେ ଓ ନବୀନ ନିବାସରେ ମଧ୍ୟ ସମାନ ଢଙ୍ଗରେ ପ୍ରତିବାଦ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେପଟେ ଜଳ ନିଷ୍କାସନ ସମସ୍ୟାକୁ ନେଇ ଗତକାଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କ ମୁଣ୍ଡରେ ଦୋଷ ଲଦିଥିଲା ବିଏମ୍‌ସି। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ରାଜପଥ କଡ଼ ଡ୍ରେନ୍ କାମ ସାରିନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ମହାନଗର ନିଗମ ପକ୍ଷରୁ କୁହାଯାଇଥିଲା। ବାରମ୍ବାର ଅନୁରୋଧ ସତ୍ତ୍ୱେ NHAI କାମ ସାରୁନଥିବା BMC ଅଭିଯୋଗ ଆଣିଥିଲା। ତେବେ ଆଜି BMCର ମିଛକୁ ପଦାରେ ପକାଇଛନ୍ତି NHAI କର୍ତ୍ତୃପକ୍ଷ। ଇସ୍କନ ମନ୍ଦିର ଅଞ୍ଚଳରେ ବିଏମ୍‌ସି ଡ୍ରେନ୍ ନିର୍ମାଣ କରିବ ବୋଲି ଗତବର୍ଷ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।  ତେବେ ଦୀର୍ଘ ଦିନ ଧରି ରାଜ୍ୟ ସରକାର କିମ୍ବା ବିଏମ୍‌ସି ପକ୍ଷରୁ କୌଣସି ଉତ୍ତର ନମିଳିବା ପରେ ଚଳିତବର୍ଷ ମାର୍ଚ୍ଚ ୨୯ରେ  NHAI କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏହାସତ୍ତ୍ୱେ ରାଜ୍ୟ ସରକାର କୌଣସି ଉତ୍ତର ଦେଇନଥିବା NHAI କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos