ନାଇଜେରିଆ ନାଗରିକଙ୍କୁ ଭାରତ ଛାଡ ନୋଟିସ୍‌

Nigerian-citizen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଇଜେରିଆର ନାଗରିକଙ୍କ ଗୁଡନେସ୍ ଥମ୍ସନଙ୍କୁ ଭାରତ ଛାଡ୍ ନୋଟିସ ଜାରି କରାଯାଇଛି। ଜୁନ ୧୬ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ତାଙ୍କୁ କମିଶନରେଟ ପୋଲିସ ନୋଟିସ୍ ଦେଇଛି। ଏ ସଂପର୍କରେ ପୋଲିସ ପକ୍ଷରୁ ନାଇଜେରିଆ ଦୂତାବାସ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି।ପୋଲିସ ସୁରକ୍ଷାରେ ପ୍ରଥମେ ସେ ଭୁବନେଶ୍ୱରୁ ଦିଲ୍ଲୀ ଯିବେ। ତା’ ପରେ ଦିଲ୍ଲୀରୁ ନାଇଜେରିଆ ଫେରିଯିବେ।

ପାସପୋର୍ଟ ଓ ଭିସା ଅବଧି ଶେଷ ହେବା ପରେ ମଧ୍ୟ ସେ ବେଆଇନ ଭାବେ ରହୁଥିଲେ। କିଛିଦିନ ତଳେ ପାସପୋର୍ଟ ଓ ଭିସା ହଜିଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ବେଳେ ସେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ। ବାରମ୍ବାର ନିଜର ଭୁଲ ପରିଚୟ ଦେବାରୁ ପୋଲିସ ସନ୍ଦେହ କରିଥିଲା। ଏହା ଆଗରୁ ସେକ୍ସ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଥାଇଲାଣ୍ଡର ୮ଜଣ ଯୁବତୀଙ୍କୁ ଭାରତ ଛାଡ୍ ନୋଟିସ୍ ଦିଆଯାଇଥିଲା। ଟ୍ୟୁରିଷ୍ଟ ଭିସାରେ ଆସି ସେମାନେ ଦେହ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ବର୍ଷେ ଭିତରେ ସେକ୍ସ ସ୍କାଣ୍ଡାଲ ଓ ଭିସା ଅବଧି ସରିବା ଯୋଗୁଁ ୧୨ରୁ ଅଧିକ ବିଦେଶୀଙ୍କୁ ଭାରତ ଛାଡ଼ ନୋଟିସ୍‌ ହୋଇଥିଲା।

Previous ArticleNext Article

Send this to a friend