ନୀଳଗିରିରେ ଗୁଣିଗାରେଡିକୁ ନେଇ ସଂଘର୍ଷ: ୨ ମୃତ

hatya

ନୀଳଗିରି: ଗୁଣିଗାରେଡି ସନ୍ଦେହରେ ନୀଳଗିରି ଥାନା ଅନ୍ତର୍ଗତ ଶାଳବଣୀ ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ବାପପୁଅ । ସେମାନେ ହେଲେ ସନିଆ ସିଂ(୫୫) ଓ ତାଙ୍କ ପୁଅ  ଯଦୁ (୨୮)। ଦୁଇଜଣଙ୍କୁ ନୀଳଗିରି ପ୍ରାଥମିକ ଚିକିତ୍ସାଳୟକୁ ଅଣାଯାଇଥିଲା ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ସନିଆଙ୍କ ପେଟରେ ଗୁରୁତର କ୍ଷତ ହୋଇଥିବାବେଳେ ଡାହାଣ ହାତ ଓ ବାମ ଗୋଡ ଭାଙ୍ଗି ଯାଇଥିଲା।

ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Previous ArticleNext Article

Send this to a friend