‘ନିର୍ଦ୍ଧାରିତ ସମୟରେ ସରିବ ଗୁରୁପ୍ରିୟା ସେତୁ କାମ’

ମାଲକାନଗିରି: ଗୁରୁପ୍ରିୟା ସେତୁର କାମ ଠିକ୍‌ଠାକ ଚାଲିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେତୁ ନିର୍ମାଣ କାମ ସରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଉପେନ୍ଦ୍ର କୁମାର ବେହେରା କହିଛନ୍ତି। ମାଲକାନଗିରି ଗସ୍ତରେ ଯାଇ ବେହେରା ଆଜି ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ତଦାରକ କରିବା ପରେ ଏହା କହିଛନ୍ତି। ସେ କହିଛନ୍ତି, “୧୩ ନମ୍ବର ପାଇଲ ଭୁଷୁଡି ପରିବା ପରେ ନୂଆ ଡିଜାଇନ ପ୍ରସ୍ତୁତ କରାଯାଇଛି। ଉକ୍ତ ଡିଜାଇନ ଅନୁସାରେ ଶୀଘ୍ର ୧୩ ନମ୍ବର ପାଇଲ୍‌ର […]

gurupriya

gurupriya

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 09:31 PM IST

Sports

Latest News

ମାଲକାନଗିରି: ଗୁରୁପ୍ରିୟା ସେତୁର କାମ ଠିକ୍‌ଠାକ ଚାଲିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେତୁ ନିର୍ମାଣ କାମ ସରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଉପେନ୍ଦ୍ର କୁମାର ବେହେରା କହିଛନ୍ତି। ମାଲକାନଗିରି ଗସ୍ତରେ ଯାଇ ବେହେରା ଆଜି ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ତଦାରକ କରିବା ପରେ ଏହା କହିଛନ୍ତି।

ସେ କହିଛନ୍ତି, “୧୩ ନମ୍ବର ପାଇଲ ଭୁଷୁଡି ପରିବା ପରେ ନୂଆ ଡିଜାଇନ ପ୍ରସ୍ତୁତ କରାଯାଇଛି। ଉକ୍ତ ଡିଜାଇନ ଅନୁସାରେ ଶୀଘ୍ର ୧୩ ନମ୍ବର ପାଇଲ୍‌ର କାମ ଆରମ୍ଭ ହେବ। ବର୍ଷା ସତ୍ତ୍ୱେ ସେତୁ କାମ ଚାଲୁ ରହିବ।”

ଆଜି ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ମାଲକାନଗିରି ଗସ୍ତରେ ଯାଇ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। ପରେ ଡିଆରଡିଏ ହଲ୍‌ରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos