ମୃତଦେହକୁ ମିଳିଲାନି ଚାରିକାନ୍ଧ, ଶେଷରେ ବୁହା ହେଲା ଭାରରେ
ବଲାଙ୍ଗିର (ସସ୍ମିତା ସାହୁ): ଆଧୁନିକ ସମାଜରେ ମଣିଷ ଆଜି ବହୁ ଆଗକୁ ଚାଲିଯାଇଛି। ବିଜ୍ଞାନ ବଳରେ ଚନ୍ଦ୍ର, ମଙ୍ଗଳ ଗ୍ରହରେ ବି ପହଞ୍ଚି ସାରିଛି। ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରିଛି। ହେଲେ ଆଜି ବି ଜାତିପ୍ରଥା ମଣିଷକୁ ଏପରି ଜାବୁଡ଼ି ରଖିଛି ଯେ, ତା’ ଆଗରେ ମାନବିକତା ହାର୍ ମାନି ଯାଉଛି। ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ମାଢ଼େକେଲାର ଏପରି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜ ପାଇଁ ପ୍ରଶ୍ନର ପାହାଡ଼ ଛିଡା କରୁଛି। ଜାତିରୁ ବାସନ୍ଦ ହୋଇଥିବାରୁ ଜଣେ ଯୁବକଙ୍କ ମୃତଦେହକୁ ଆସି ନାହାଁନ୍ତି ସାହିଭାଇ। ଶେଷରେ ନିରୂପାୟ ତିନି ଭାଇ ମୃତ ଭାଇର ଶବକୁ ଭାରରେ ବୋହି ନେଇଛନ୍ତି ମଶାଣିକୁ।
ମାଢ଼େକେଲାର ଥବିର ଭୋଇଙ୍କର ମୃତ୍ୟୁ ଘଟିଥିଲା। ହେଲେ ପୁଅର ମୃତ୍ୟୁ ଦୁଃଖଠାରୁ ବଳି ଯାଇଥିଲା ଜାତିଭାଇଙ୍କ ବାସନ୍ଦର କଷ୍ଟ। ଜାତିଭାଇ ଓ ଗାଁ ଲୋକେ ତାମସା ଦେଖିବା ଭଳିଆ ପାଖରେ ଠିଆ ହୋଇ କେମିତି ମୃତଦେହ ବୁହା ହେବ, ତା’ର ନାନା ଉପାୟ ବତାଉ ଥିଲେ ସିନା, କିନ୍ତୁ କାନ୍ଧ ଦେବାକୁ ଆସିଲେ ନାହିଁ। ଶେଷରେ ଭାରରେ ବୁହା ହେଲା ମୃତଦେହ। ଆଗରେ ଖଇ ଧରି ଚାଲିଲେ ବାପା। ଭାରର ଆଗରେ ରହିଲେ ବଡ଼ ଭାଇ ଗୁଣମନ୍ତ, ପଛରେ ଆଉ ଜଣେ ଭାଇ କୀର୍ତ୍ତିଚନ୍ଦ୍ର। ୧୦ ବର୍ଷର ସାନ ଭାଇ ହରିଶ୍ଚନ୍ଦ୍ରର କଅଁଳ କାନ୍ଧ ଭାର ସିନା ବୋହି ପାରିଲା ନାହିଁ, ପଛରେ ରହି କୀର୍ତ୍ତିଚନ୍ଦ୍ରକୁ ସାହାଯ୍ୟ କଲା। ଭାରରେ ଏପରି ପ୍ରାୟ ଦୁଇ କିଲୋମିଟର ନେଇ ସତ୍କାର କରିଥିଲେ ପରିବାର ଲୋକେ।
ବାସନ୍ଦର କାରଣ ବି ଥିଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ ଏପ୍ରିଲ ୧୨ ତାରିଖରେ ଦୁର୍ଘଟଣାର ଶିକାର ହୋଇ ବଲାଙ୍ଗିର ଗୁଡଭେଲା ଗାଁର ମାଢ଼େକେଲା ଗାଁର ଥବିର ଭୋଇଙ୍କ ମୃତ୍ୟୁ ହୋଇଥିଲା। ପୋଷ୍ଟମର୍ଟମ ବେଳେ ହରିଜନ ମୃତଦେହକୁ ଛୁଇଁ ଥିବାରୁ କାନ୍ଧ ଦେବାକୁ ମନା କରିଦେଲେ ଜାତିଭାଇ। ଆତ୍ମୀୟସ୍ୱଜନ ବି କିଛି ସାହାଯ୍ୟ କଲେ ନାହିଁ। ଜାତି ଓ ସମାଜନର ନିୟମରେ ଗାଁର ଅନ୍ୟ ଲୋକେ ବି ବାନ୍ଧି ହୋଇଗଲା। ମୃତଦେହର ସତ୍କାର ପରେ ବି କମି ନଥିଲା ଜାତିଭାଇଙ୍କ ତାଡ଼ନା। ଗୋଟିଏ  ବୋଦା, କୁକୁଡ଼ା ଓ ଅଣ୍ଡା ଦେଇ ଜାତି ହେବାକୁ ପଡ଼ିଥିଲା।
କୁହାଯାଏ ଏମିତି ସଂପର୍କ ରଖିବ, ଯେମିତିକି ମଲା ବେଳକୁ ଚାରି କାନ୍ଧର ଅସୁବିଧା ହେବନି।  କିନ୍ତୁ ଏଠାରେ ସମସ୍ତେ ଥାଇ ବି ଥବିରଙ୍କୁ ମିଳିଲାନି ଚାରିଟି କାନ୍ଧ।
Ordigital Desk
• Published: Thursday, 26 April 2018
• Updated: 26 April 2018, 10:57 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos