ଅନାସ୍ଥା ସଂପର୍କରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ ? ନବୀନ କହିଲେ…

ଭୁବନେଶ୍ୱର: ସଂସଦରେ ମୋଦି ସରକାର ବିରୋଧରେ YSR କଂଗ୍ରେସ ଆଜି ଅନାସ୍ଥା ପ୍ରସ୍ତାବ ଆଣିବାର ଥିଲା। କିନ୍ତୁ ଗୃହ ଆରମ୍ଭ ହେବା ମାତ୍ରକେ YSR କଂଗ୍ରେସ, ଏଆଇଏଡିଏମକେ ଓ  ଟିଡିପି ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା। ହୋ ହଲ୍ଲା ମଧ୍ୟରେ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ଆଉ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ବିଜେଡି  ମୋଦି ସରକାରଙ୍କ ଅନାସ୍ଥା ପ୍ରସ୍ତାବ ନେଇ  ସମଦୂରତା ବଜାୟ ରଖିବ ନା ନୋଟିସକୁ ସମର୍ଥନ କରିବ ତାକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,- ଉଭୟ ୟୁପିଏ ଓ ଏନଡିଏ ସରକାର ଆମକୁ ଅବହେଳା କରିଛନ୍ତି। ଆମର ସ୍ୱତନ୍ତ୍ର ପାହ୍ୟା ଦାବିକୁ ଉଭୟ ଅଣଦେଖା କରିଛନ୍ତି। ସେ ଆହୁରି କହିଛନ୍ତି,-ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଦଳର କ’ଣ ଆଭିମୁଖ୍ୟ ହେବ ଲୋକସଭାରେ ପ୍ରକାଶ କରାଯିବ। ମୁଖ୍ୟମନ୍ତ୍ରୀ ଆଉ କ’ଣ କହୁଛନ୍ତି ଦେଖନ୍ତୁ  ଭିଡ଼ିଓ।

Previous ArticleNext Article

Send this to a friend