୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

cm

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ବନ୍ଦ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାସନ ଓ ସ୍ୱଚ୍ଛତା ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯିବ ଓଡ଼ିଶା ସରକାର ତାକୁ ସମର୍ଥନ ଓ ସହଯୋଗ କରିବେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି,“ଏହାଦ୍ୱାରା କଳାଧନ ଓ ଆତଙ୍କବାଦ ପାଣ୍ଠିକୁ ବହୁ ପରିମାଣରେ ରୋକାଯାଇ ପାରିବ। ସାରା ବିଶ୍ୱରେ ଏହା ଏକ ସାହସିକ ପଦକ୍ଷେପ। ହେଲେ ସାଧାରଣ ଜନତା, ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ଗୁରୁତର ରୋଗୀ ଓ ବ୍ୟୟବହୁଳ ଚିକିତ୍ସା ଲାଗି ପୁରୁଣା ନୋଟ୍‌ ପ୍ରଚଳନ ପାଇଁ ଦିଆଯାଇଥିବା ୩ ଦିନର ସମୟ ସୀମା ପର୍ଯ୍ୟାପ୍ତ ନୁହେଁ। ଏହାକୁ ବଢ଼ାଯିବା ଉଚିତ୍‌।”

Previous ArticleNext Article

Send this to a friend