‘ବିମୁଦ୍ରାକରଣର ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ପଡିବ’

ଭୁବନେଶ୍ୱର: ବିମୁଦ୍ରାକରଣର ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ପଡିବ। ଆଜି ବିଧାନସଭାରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପରେ ନିଜେ ରାଜ୍ୟ ସରକାର ଏହାକୁ ସ୍ୱୀକାର କରିଛନ୍ତି। ତେବେ ନିର୍ଦ୍ଦିଷ୍ଟ ପ୍ରଭାବ ସମ୍ପର୍କରେ ଆସନ୍ତା ମାସ ଚିତ୍ର ସ୍ପଷ୍ଟ ହେବ ବୋଲି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି। ଆଜି ରାଜ୍ୟରେ ୬୦୧୪.୦୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ ହୋଇଛି। ଆଜିର ଅତିରିକ୍ତ ବଜେଟ୍‌ ଓ ମୁଖ୍ୟ ବଜେଟ୍‌କୁ ମିଶାଇ ଚଳିତବ ଆର୍ଥିକ ବର୍ଷରେ ବଜେଟ୍‌ ବ୍ୟୟ […]

note-bandi

note-bandi

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 10:34 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣର ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ପଡିବ। ଆଜି ବିଧାନସଭାରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପରେ ନିଜେ ରାଜ୍ୟ ସରକାର ଏହାକୁ ସ୍ୱୀକାର କରିଛନ୍ତି। ତେବେ ନିର୍ଦ୍ଦିଷ୍ଟ ପ୍ରଭାବ ସମ୍ପର୍କରେ ଆସନ୍ତା ମାସ ଚିତ୍ର ସ୍ପଷ୍ଟ ହେବ ବୋଲି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି।

ଆଜି ରାଜ୍ୟରେ ୬୦୧୪.୦୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ ହୋଇଛି। ଆଜିର ଅତିରିକ୍ତ ବଜେଟ୍‌ ଓ ମୁଖ୍ୟ ବଜେଟ୍‌କୁ ମିଶାଇ ଚଳିତବ ଆର୍ଥିକ ବର୍ଷରେ ବଜେଟ୍‌ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ଟପିଛି। ତେବେ ରାଜସ୍ୱ ଆଦାୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି।

ଗତବର୍ଷ ତୁଳନାରେ ଷ୍ଟାମ୍ପ ଓ ରେଜିଷ୍ଟ୍ରେସନରେ ୪୬ ପ୍ରତିଶତ ଓ ଖଣି ରାଜସ୍ୱ ୨୨ ପ୍ରତିଶତ କମିଛି।

ଅତିରିକ୍ତ ବଜେଟ୍‌ରେ ଏଥି ସବୁଠୁ ଅଧିକ ବ୍ୟୟ ବରାଦ ୧୨୯୨.୨୭ କୋଟି ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗରେ ହୋଇଛି। ସେହିପରି ଜଳସେଚନ ଉନନତି ପାଇଁ ୬୮୧.୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ସପ୍ତମ ବେତନ କମିଶନ ପାଇଁ ଟୋକନ୍‌ ମନି ବ୍ୟୟ ବରାଦ ହୋଇଛି। ଫିଟ୍‌ମେଣ୍ଟ କମିଟିର ରିପୋର୍ଟ ଆସିବା ପରେ ସରକାର ଏ ନେଇ ବ୍ୟୟ ଆକଳନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos