ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟଫୋନ୍‌

farmer

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପୁରୁଷଙ୍କ ପରେ ଏବେ ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ୍। ଆସନ୍ତା ଖରିଫ ଋତୁରେ ସମବାୟ ବିଭାଗ ପକ୍ଷରୁ ଏହି ସ୍ମାର୍ଟ ଫୋନ୍‌ ମହିଳା ଚାଷୀଙ୍କୁ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ସେ କହିଛନ୍ତି, ‘‘ପୂର୍ବରୁ ପୁରୁଷ ଚାଷୀଙ୍କୁ ଫୋନ୍ ଦିଆଯାଇଛି। ଏବେ ମହିଳାଙ୍କୁ ଦିଆଯିବ। ଏହି ଫୋନ୍‌ ସାହାଯ୍ୟରେ ଚାଷ, ପାଣିପାଗ ଓ ଋଣ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିହେବ। ଫୋନ୍ ପାଇଁ ମହିଳା ଚାଷୀ ଅନ୍‌ଲାଇନ ଆବେଦନ କରିବେ। ଅଳ୍ପ ମହିଳା ଚାଷୀ ଥିବାରୁ ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ଚାଷୀଙ୍କୁ ଏହି ସ୍ମାର୍ଟଫୋନ ବଣ୍ଟନ କରାଯିବ।’’

Previous ArticleNext Article

Send this to a friend