ଲୋକଲଜ୍ୟା ସହି ନ ପାରି ବିଷ ପିଇଲେ ଦୁଷ୍କର୍ମ ପୀଡ଼ିତା

ନୟାଗଡ଼(ସତ୍ୟନାରାୟଣ ସୁର ଜଗଦେବ): ପୁଣି ଜଣେ ଦୁଷ୍କର୍ମ ପୀଡ଼ିତା ଜୀବନ ହାରିଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳର ଜଣେ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲୋକ ଲଜ୍ୟା ସହି ନ ପାରି ସଂପୃକ୍ତ ପୀଡ଼ିତା ଯୁବତୀ ଜଣକ ବିଷ ପିଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଏନେଇ ସେ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୬ମାସ ତଳେ ପୀଡିତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଗତ ମାର୍ଚ୍ଚରେ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦେବରାଜ ବାରିକ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିସାରିଛି।

Previous ArticleNext Article

Send this to a friend