ନୂଆପଡା: ଭୁଲିଆ ସିକୁଆଁ ଗାଁରେ ଶତାଧିକ ମାଓ ପୋଷ୍ଟର

ma-poster

ନୂଆପଡା:  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଭୁଲିଆ ସିକୁଆଁ ଗାଁରେ  ଶତାଧିକ ମାଓ ପୋଷ୍ଟର ଲାଗିଛି । ମାଓବାଦୀ କମ୍ୟୁନିଷ୍ଟ ପାର୍ଟି ବଲାଙ୍ଗିର-ବରଗଡ଼ ଡିଭିଜନାଲ କମିଟି ପକ୍ଷରୁ ଗାଁର ବିଭିନ୍ନ ସ୍ଥାନରେ ଏବଂ ଘର କାନ୍ଥ ଗୁଡ଼ିକରେ  ମାଓ ପୋଷ୍ଟର ଲଗାଯାଇଛି। ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳିତ ହେବାକୁଥିବା ବେଳେ ଏହାକୁ ସମର୍ଥନ କରିବା ପାଇଁ ପୋଷ୍ଟରରେ ନିବେଦନ କରାଯାଇଛି। ଏହା ବ୍ୟତୀତ ଗିରଫ ମାଓବାଦୀ ନିର୍ମଳାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଥିବା ଏବଂ ମାଓ ସହଯୋଗୀ ଗୌତମ ବାଗଙ୍କ ମୃତ୍ୟୁ ପାଇଁ ବଲାଙ୍ଗିର ଏସପି ଦାୟୀ ବୋଲି ଲେଖାଯାଇଛି। ଖଡ଼ିଆଳ ଥାନା ପକ୍ଷରୁ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ଏସଡିପିଓ କହିଛନ୍ତି।

Previous ArticleNext Article

Send this to a friend