ଭୁବନେଶ୍ୱର: ସରକାରୀ ଛୁଟି ଘୋଷଣା ସତ୍ତ୍ୱେ ଡିସେମ୍ବର ୧୨ ତାରିଖରେ ଓଏଏସ୍ ମୌଖିକ ପରୀକ୍ଷା ଅନୁଷ୍ଠିତ ହେବ। ଆଜି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଚେୟାରମ୍ୟାନ୍ଙ୍କ ଓଏସ୍ଡି ଏହି ସୂଚନା ଦେଇଛନ୍ତି।
ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଇଁ ଡିସେମ୍ବର ୧୩ ବଦଳରେ ଡିସେମ୍ବର ୧୨ ତାରିଖକୁ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଘୋଷଣା କରିବା ପରେ ଓପିଏସ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୧ ତାରିଖରେ ଓଏଏସ୍ ମୁଖ୍ୟ ଲିଖିତ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୧୩୪୧ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।