ତାଇକୋଣ୍ଡୋରେ ସ୍ୱର୍ଣ୍ଣ ପଦକ ଜିତି ନାଁ ରଖିଲେ ଓଡ଼ିଆ ପୁଅ ଏହେସାସ୍

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ନାଁ ରଖିଲେ ଓଡ଼ିଆ ପୁଅ ଏହେସାସ୍ ହୋତା। ପୁଣି ଥରେ ବାଜି ମାରିନେଇଛନ୍ତି ସେ। ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନସିପ୍‌ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଏହେସାସ୍‌ ଭାରତ ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଗତ ୧୭ ତାରିଖରୁ ନେପାଳର ରୂପାନତିହିଠାରେ ଚାଲିଥିବା ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନ୍‌ସିପ୍‌ରେ ତାଙ୍କୁ ମିଳିଛି ଏହି ସଫଳତା। ଭାରତର ୬୦ ଜଣିଆ ଟିମ୍‌ରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ୫୪ କେଜି ବର୍ଗରେ ସେ ଅଂଶଗ୍ରହଣ କରିଥିଲେ। ତେବେ […]

9554f833-0109-49b9-9b3a-b41bd66fb497

9554f833-0109-49b9-9b3a-b41bd66fb497

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 11:35 AM IST

Sports

Latest News

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ନାଁ ରଖିଲେ ଓଡ଼ିଆ ପୁଅ ଏହେସାସ୍ ହୋତା। ପୁଣି ଥରେ ବାଜି ମାରିନେଇଛନ୍ତି ସେ। ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନସିପ୍‌ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଏହେସାସ୍‌ ଭାରତ ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଗତ ୧୭ ତାରିଖରୁ ନେପାଳର ରୂପାନତିହିଠାରେ ଚାଲିଥିବା ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନ୍‌ସିପ୍‌ରେ ତାଙ୍କୁ ମିଳିଛି ଏହି ସଫଳତା। ଭାରତର ୬୦ ଜଣିଆ ଟିମ୍‌ରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ୫୪ କେଜି ବର୍ଗରେ ସେ ଅଂଶଗ୍ରହଣ କରିଥିଲେ। ତେବେ ସେଠାରେ ପ୍ରଥମ ପର୍ଯାୟରେ ଚୀନ୍‌ ଏବଂ ପରେ ପରେ ଇରାନ, ଉଜବେକିସ୍ଥାନ ଓ ନେପାଳ ସହ ଫାଇଟ୍ କରି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୁମସେ ଇଭେଣ୍ଟରେ ମଧ୍ୟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏହେସାସ୍। ଭାରତୀୟ ଦଳକୁ ମୋଟ ୬ଟି ପଦକ ମିଳିଥିବାବେଳେ ସେଥିରେ ୩ଟି ସ୍ୱର୍ଣ୍ଣ ୨ଟି ସିଲ୍‌ଭର ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି।

ଏହେସାସ୍ ଆସନ୍ତା ଜୁନ୍‌ ମାସ ଶେଷ ଆଡ଼କୁ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଗେମ୍‌ସର ସିଲେକସନ୍ ଟ୍ରାଏଲ ଦେବାକୁ ମନୋନୀତ ହୋଇଛନ୍ତି। ଏହେସାସ୍‌ଙ୍କ ସଫଳତାକୁ ନେଇ ଏବେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏହେସାସ୍‌ ସୁବର୍ଣ୍ଣପୁରର ବାସିନ୍ଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos