କୋଏମ୍ବାଟୁରରୁ ଖବର ଆସିଲା, ତମ ପୁଅ ଆଉ ନାହିଁ...

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଙ୍କଡ଼ାହାଡ଼ କଣ୍ଟାପାଳ କଲୋନୀ-୪ର ଯୁବକ ସନ୍ତୋଷ ନାୟକ ପ୍ରାୟ ୧ ବର୍ଷ ହେଲାଣି ଦାଦନ ଖଟିବାକୁ ଯାଇଥିଲେ ତାମିଲନାଡୁର ପୀରପୁର ଜିଲ୍ଲାକୁ। ଶ୍ରମିକ ଭାବେ କାମ କରି ସେ ଯାହାକିଛି ରୋଜଗାର କରନ୍ତି ତାଙ୍କର ୬ ପ୍ରାଣୀ କୁଟୁମ୍ବ ଚଲିଥାନ୍ତି। ଘରେ ବାପା ବ୍ରଜ ନାୟକ, ମାଆ ସୁକାନ୍ତି ନାୟକ, ସ୍ତ୍ରୀ ଶାନ୍ତିଲତା ନାୟକ, ୫ ବର୍ଷର ପୁଅ ରାହୁଲ ନାୟକ ଓ ୨ ବର୍ଷର ଝିଅ […]

santosh

santosh

Ordigital Desk
  • Published: Thursday, 07 June 2018
  • Updated: 07 June 2018, 03:06 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଙ୍କଡ଼ାହାଡ଼ କଣ୍ଟାପାଳ କଲୋନୀ-୪ର ଯୁବକ ସନ୍ତୋଷ ନାୟକ ପ୍ରାୟ ୧ ବର୍ଷ ହେଲାଣି ଦାଦନ ଖଟିବାକୁ ଯାଇଥିଲେ ତାମିଲନାଡୁର ପୀରପୁର ଜିଲ୍ଲାକୁ। ଶ୍ରମିକ ଭାବେ କାମ କରି ସେ ଯାହାକିଛି ରୋଜଗାର କରନ୍ତି ତାଙ୍କର ୬ ପ୍ରାଣୀ କୁଟୁମ୍ବ ଚଲିଥାନ୍ତି। ଘରେ ବାପା ବ୍ରଜ ନାୟକ, ମାଆ ସୁକାନ୍ତି ନାୟକ, ସ୍ତ୍ରୀ ଶାନ୍ତିଲତା ନାୟକ, ୫ ବର୍ଷର ପୁଅ ରାହୁଲ ନାୟକ ଓ ୨ ବର୍ଷର ଝିଅ ରାନୀ ନାୟକ। ସନ୍ତୋଷ ହେଲେ ଏକାମାତ୍ର ରୋଜଗାରିଆ ପୁଅ। କିନ୍ତୁ ହଠାତ ଘଟିଲା ଅଘଟଣ।

ଗଲାକାଲି ସନ୍ଧ୍ୟା ବେଳକୁ କଙ୍କଡ଼ାହାଡ଼ ଥ।ନାରୁ ଖବର ଆସିଲା, ତୁମ ପୁଅର ମୃତ୍ୟୁ ହୋଇଯାଛି। ତାର ମୃତଦେହ କୋଏମ୍ବାଟୁର ମେଡିକାଲ କଲେଜରେ ଅଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଞ୍ଜ୍ୟାମ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି ବୋଲି ଘର ଲୋକଙ୍କୁ ଖବର ଦେଲେ କଙ୍କଡ଼ାହାଡ଼ ଥାନା ଅଧିକାରୀ ସୁବାସଚନ୍ଦ୍ର ପଣ୍ଡା। ଏ ଖବର ପାଇଲାପରେ ଘରେ କାନ୍ଦ ବୋବାଳି ପଡିଗଲା। ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ଘର କିପରି ଚଳିବ ଚିନ୍ତାରେ ସମସ୍ତେ।

ସନ୍ତୋଷଙ୍କର କିପରି ମୃତ୍ୟୁ ହେଲା ତାହା ମଧ୍ୟ ଜାଣିନଥିବା ପରିବାର ଲୋକେ କହିଛନ୍ତି- ତାଙ୍କୁ ସେଠାରେ କିଏ କାହିଁକି ହତ୍ୟା କଲା? ସନ୍ତୋଷଙ୍କ ପରିବାର ଏତେ ଗରିବ ଯେ ପୁଅର ମୃତଦେହ ଆଣିବାକୁ ମଧ୍ୟ ସେମାନେ ସକ୍ଷମ ନୁହଁନ୍ତି। ସନ୍ତୋଷଙ୍କ ମୃତଦେହ କିପରି ଗାଁକୁ ଆସିବ ସେନେଇ ସରକାରଙ୍କ ନିକଟରେ ପରିବାର ଓ ଗ୍ରାମର ଲୋକମାନେ ନିବେଦନ କରିଛନ୍ତି। ଏହି ଖବର ବିଷୟରେ ଢେଙ୍କାନାଳ ଜିଲ୍ଲାପାଳ ନିଖିଲପବନ କଲ୍ୟାଣଙ୍କୁ ପଚାରିବାରୁ ସେ କହିଛନ୍ତି- ମୃତଦେହ କିପରି ଆସିବ ତା’ର ସମସ୍ତ ବ୍ୟବସ୍ଥା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos