୨୩ ଦିନ ପରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୩ ଦିନର ଆନ୍ଦୋଳନ ପରେ ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ ରାଜସ୍ୱ ଅମଲା ସଂଘ। ୨୩ ଦିନ ଧରି ଜିଦ୍&zwnj;ରେ ଅଟଳ ରହିବା ପରେ ଗତକାଲି ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ଓଡ଼ିଶା ରାଜସ୍ୱ ଅମଲା ସଂଘ। ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତେଣୁ ଆସନ୍ତାକାଲି ଠାରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସାଧାରଣ ସଂପାଦକ ନରେଶ ମହାପାତ୍ର କହିଛନ୍ତି।</p> <p>ରାଜସ୍ୱ ଅମଲାମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଓ ପଦବୀର ନୂତନ ନାମକରଣ, ଦରମା ବୃଦ୍ଧି ଓ ରାଜସ୍ୱ ବିଭାଗରେ ଅସ୍ଥାୟୀ ନିଯୁକ୍ତି ଉଚ୍ଛେଦ କରାଯିବା ଭଳି ୪ ଦଫା ଦାବିରେ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯାଇ ଆନ୍ଦୋଳନ କରୁଥିଲେ।</p>

Ordigital Desk
  • Published: Thursday, 24 May 2018
  • Updated: 24 May 2018, 07:48 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୩ ଦିନର ଆନ୍ଦୋଳନ ପରେ ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ ରାଜସ୍ୱ ଅମଲା ସଂଘ। ୨୩ ଦିନ ଧରି ଜିଦ୍&zwnj;ରେ ଅଟଳ ରହିବା ପରେ ଗତକାଲି ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ଓଡ଼ିଶା ରାଜସ୍ୱ ଅମଲା ସଂଘ। ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତେଣୁ ଆସନ୍ତାକାଲି ଠାରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସାଧାରଣ ସଂପାଦକ ନରେଶ ମହାପାତ୍ର କହିଛନ୍ତି।</p><p>ରାଜସ୍ୱ ଅମଲାମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଓ ପଦବୀର ନୂତନ ନାମକରଣ, ଦରମା ବୃଦ୍ଧି ଓ ରାଜସ୍ୱ ବିଭାଗରେ ଅସ୍ଥାୟୀ ନିଯୁକ୍ତି ଉଚ୍ଛେଦ କରାଯିବା ଭଳି ୪ ଦଫା ଦାବିରେ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯାଇ ଆନ୍ଦୋଳନ କରୁଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos