ରାଜ୍ୟ କଂଗ୍ରେସରେ ନୂଆ କେଁ: ଘରେ ନ ପଶୁଣୁ ବାଜିଲାଣି ଚାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ପୁର୍ନଗଠନ ହେଉ ହେଉ ସୃଷ୍ଟି ହୋଇଛି କେଁ। ଘରେ ନ ପଶୁଣୁ ଚାଳ ବାଜିଲା। ଦଳର ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ଫର୍ମୁଲାକୁ ମାନିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ନବ ନିର୍ବାଚିତ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁର ରାଉତରାୟ। କେବଳ ସୁର ନୁହଁନ୍ତି, ଜିଲ୍ଲା ସଭାପତି ଚୟନକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏହି ଫର୍ମୁଲାକୁ ଦଳ ଭିତରୁ ବିରୋଧ ଆରମ୍ଭ ହୋଇଛି।

ବରିଷ୍ଠ ନେତା ସୁର ରାଉତରାୟଙ୍କ ମନ୍ତବ୍ୟ କଂଗ୍ରେସର ସଂଘଠିତ ହେବା ଉଦ୍ୟମକୁ ପାଣିଚିଆ କରିଦେଇଛି। ଖୋର୍ଦ୍ଧା ଜିଲ୍ଲାର ସଭାପତି ନିଯୁକ୍ତ ହେଲା ପରେ ସୁର କହିଛନ୍ତି, “ଜଟଣୀରେ ହାରିବା ପରଠୁ ଦିନରାତି ପରିଶ୍ରମ କରୁଛନ୍ତି। ଯଦି ନିର୍ବାଚନରେ ଛିଡ଼ା ହେବେନି ତେବେ ମୂଲ୍ୟ କ’ଣ? ବିଦ୍ରୋହ କରିବି ନାହିଁ। କିନ୍ତୁ ଛିଡ଼ା ହେବାକୁ କେହି ଅଟକାଇ ପାରିବେ ନାହିଁ।”

ଯଦି ୱାନ ମ୍ୟାନ୍ ୱାନ୍ ପୋଷ୍ଟ ନିୟମ ଲାଗୁ ହୁଏ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଟ୍ରକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ନବ ଦାସ, ପ୍ରଦୀପ ମାଝୀ, ଭକ୍ତ ଦାସ ପ୍ରମୁଖ ମଧ୍ୟ ଟିକେଟ ପାଇବେନି ବୋଲି ସେ ଯୁକ୍ତି କରିଛନ୍ତି।

କେବଳ ସୁର ନୁହନ୍ତି, ଅନ୍ୟ ଜିଲାରେ କୁହୁଳିବାକୁ ଆରମ୍ଭ କରିଛି ଅସନ୍ତୋଷର ନିଆଁ। କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି। ମିନାକ୍ଷୀଙ୍କୁ ସଭାପତି କରାଯିବା ଏକଦମ ବୃଥା ବୋଲି ସେ ମତ ଦେଇଛନ୍ତି।

କୃଷ୍ଣଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମିନାକ୍ଷୀ। ସେ କହିଛନ୍ତି, “ଯୋଗ୍ୟତା ଦୃଷ୍ଟିରୁ ମୋତେ ସଭାପତି କରାଯାଇଛି। ଏଭଳି ମତ ଦେବା ବିଧାୟକଙ୍କ କ୍ଷେତ୍ରରେ ଶୋଭା ଦେଉନାହିଁ।”

କେବଳ ଏହି ଦୁଇ ଘଟଣା ନୁହେଁ, ଅନେକ ଜିଲ୍ଲାରେ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତିମାନେ କଂଗ୍ରେସ ସଭ୍ୟ ହୋଇ ନ ଥିବା କିମ୍ବା ପୂର୍ବରୁ କଂଗ୍ରେସ ବିରୋଧରେ ପ୍ରାର୍ଥୀ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଥିବା ବେଳେ ତାଙ୍କୁ ଏବେ କାର୍ଯ୍ୟକାରୀ ସଭାପତି କରାଯାଇଛି। ଗତ ନିର୍ବାଚନରେ ବାଲେଶ୍ୱରରୁ ଦଳୀୟ ଟିକେଟ ନ ପାଇ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଛିଡ଼ା ହୋଇଥିବା ମାନସ ଦାସ ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବାକୁ ଦଳର ଅନେକ ନେତା ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି। ତେବେ ଜିଲା ସଭାପତିଙ୍କ ସହ କାର୍ଯ୍ୟକାରୀ ସଭାପତି ନିଯୁକ୍ତିକୁ ଅନେକ ନେତା ସ୍ୱାଗତ କରିଛନ୍ତି।

୩୩ଟି ସାଂଗଠନିକ ଜିଲ୍ଲାରେ ୭୮ଜଣ କର୍ମକର୍ତ୍ତାଙ୍କୁ ନେଇ ଏଆଇସିସିର ଅନୁମୋଦନ କ୍ରମେ ପିସିସି ସଭାପତି ଗଠନ କରିଛନ୍ତି ରାଜ୍ୟ କଂଗ୍ରେସର ଜିଲ୍ଲା କମିଟି। ତେବେ ଏହି ନୂଆ ଟିମ୍ ଆଗାମୀ ଦିନରେ ରାଜ୍ୟ କଂଗ୍ରେସକୁ କେଉଁ ଦିଶା ଦେଉଛି ତା’ ଉପରେ ନଜର ରହିଛିା

Ordigital Desk
• Published: Sunday, 10 June 2018
• Updated: 10 June 2018, 09:37 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos