କ୍ୟାପଟେନ୍‌ଙ୍କ ବୋଲ ମାନୁ ନାହାନ୍ତି ନେତା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ମେମ୍ବରଙ୍କୁ କଂଗ୍ରେସ କ୍ୟାପଟେନ୍ ଦେଇଥିଲେ ଶୃଙ୍ଖଳାର ମନ୍ତ୍ର। କୌଣସି ପରିସ୍ଥିତିରେ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଥିଲେ। ଏପରିକି ନବ ନିର୍ବାଚିତ ଜିଲ୍ଲା ସଭାପତିଙ୍କୁ ଦେଇଥିଲେ ହେଭି ଟାସ୍କ। ହେଲେ କ୍ୟାପ୍‌ଟେନ୍‌ଙ୍କ ଚେତାବନୀକୁ ଫୁ କରି ଉଡାଇ ଦେଇଛନ୍ତି କେତେକ ଦଳୀୟ ନେତା। ଖୋଲାଖୋଲି ଗୋହି ଖୋଳାରେ ମାତିଛନ୍ତି। ଏପରିକି କିଛି ସ୍ଥିତି ଆଜି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।

ଆଜି ପଶ୍ଚିମ ଓଡିଶା ଓ ଉପକୂଳ ଓଡିଶାର ୨୩ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ଡକା ଯାଇଥିଲା। ତେବେ କୋରାପୁଟର ପାଳିଥିଲେ ମଧ୍ୟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଆସି ନଥିଲେ। ଜିଲ୍ଲାର ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ବିରୋଧୀ ଦଳ ନେତା ତାରା ବାହିନୀପତି ଓ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଭିତରେ ମତଭେଦ ପଦାକୁ ଆସିବା ପରେ ଏଥିରେ ଘିଅ ଢାଳିଛନ୍ତି ଜିଲ୍ଲାର ଆଉ ଜଣେ ବିଧାୟକ କୈଳାସ କୁଲେସିକା। ଜବାବରେ ତାରା କହିଛନ୍ତି, କୁଲେସିକା ସମାଲୋଚନା କଲେ ସଫା ହୋଇଯିବେ।

କଂଗ୍ରେସର ପାଠଶାଳାର ପ୍ରଥମ ଦିନରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ଟିକେଟ ଫର୍ମୁଲା ଦେଇଥିଲେ। ଦ୍ୱିତୀୟ ଦିନରେ ଟିମ ମେମ୍ବରଙ୍କୁ ଶିଖାଇଥିଲେ ଶୃଙ୍ଖଳାର ପାଠ। ଦୁଇ ଦିନରେ ୮ ଘଣ୍ଟାର କସରତ କରାଗଲା। ଘର ସଜାଡି ୨୦୧୯ ନିର୍ବାଚନ ଲଢିବା ପାଇଁ ପିସିସି ସଭାପତି ୧୨ରୁ ଅଧିକ ଗୁରୁମନ୍ତ୍ର ଦେଲେ। ସଂଗଠନକୁ ଫୁଲ ସ୍ପିଡରେ ଆଗକୁ ନେବାକୁ ୮୦ ଭାଗ ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବୁଥସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପ୍ରତି ନେତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେବ ଦଳ। ସମୟ କମ, କାମ କଷ୍ଟ। ତେଣୁ ପଦପଦବୀ ପଛରେ ନ ଧାଇଁ ଦଳକୁ ସରକାରକୁ ଆଣିବାକୁ ପରିଶ୍ରମ କରିବାକୁ ଆଜି ଆହ୍ୱାନ ଦେଇଛନ୍ତି ସଭାପତି। ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ମଧ୍ୟ କହିଛନ୍ତି। ଆଜିଠାରୁ ଦଳ ବିଷୟରେ ବାହାରେ ନକହିବାକୁ ଅଲିଖିତ ହ୍ୱିପ୍‌ ଜାରି କରିଛନ୍ତି।

Previous ArticleNext Article

Send this to a friend