ବଦଳିଲେ ବାବୁ: ୯ ଜିଲ୍ଲାପାଳଙ୍କୁ ନୂଆ ଜାଗା

state logo

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।

କଳାହଣ୍ଡି ପିଡିଡିଆର୍‌ଡିଏ ଭିନିତ ଭରଦ୍ୱାଜଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ବି.ଏସ୍‌ ପୁନିଆଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବରଗଡ଼ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କୁ କଳାହାଣ୍ଡି ଓ କଳାହାଣ୍ଡି ଜିଲ୍ଲାପାଳ ବୃନ୍ଧା ଡିଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କନ୍ଧମାଳ ଜିଲ୍ଲାପାଳ ରେଘୁ ଜିଙ୍କୁ କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ପିଡିଡିଆର୍‌ଡିଏ ପୋମା ଟୁଡୁଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୁନ୍ଦରଗଡ଼ ପିଡିଡିଆର୍‌ଡିଏ ସୁରେନ୍ଦ୍ର କୁମାର ମୀନାଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳ ରୂପାରୋଶନ ସାହୁ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ। ଷ୍ଟିଲ୍‌  ଓ ମାଇନ୍ସର ଅତିରିକ୍ତ ସଚିବ ଖଗେନ୍ଦ୍ର କୁମାର ପାଢ଼ୀ ହେଲେ ବରଗଡ଼ ଜିଲ୍ଲାପାଳ।

ନୂଆପଡ଼ା ଜିଲ୍ଲାପାଳ ମହମ୍ମଦ ସାଦିକ ଆଲାମଙ୍କୁ ସେସୁ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ପାଟିଲ ରାଜେଶ ପ୍ରଭାକରଙ୍କୁ ଓଡ଼ିଶା ସ୍କିଲ୍‌ ଡେଭଲପ୍‌ମେଣ୍ଟ ଅଥରିଟିର ଉପାଧ୍ୟକ୍ଷ କରାଯାଇଛି। କେନ୍ଦୁଝର ପିଡିଡିଆର୍‌ଡିଏ ନିଖିଲ ପବନ କଲ୍ୟାଣ ହେଲେ ବ୍ରହ୍ମପୁର ମହାନଗର ନିଗମ କମିଶନର। ମୟୂରଭଞ୍ଜ ପିଡିଡିଆର୍‌ଡିଏ ଶୁଭମ ସକ୍‌ସେନା ହେଲେ କଟକ ଉନ୍ନୟନ ନିଗମର ଉପାଧ୍ୟକ୍ଷ।

କୋରାପୁଟ ପିଡିଡିଆର୍‌ଡିଏ ମଧୁସ୍ମିତା ସାହୁ ହେଲେ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ। ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ ହେଲେ ଶିଳ୍ପ ନିର୍ଦ୍ଦେଶକ। ଖୋର୍ଦ୍ଧା ପିଡିଡିଆରଡିଏ ମନୀଷ ଅଗ୍ରୱାଲ ହେଲେ ଗୃହ ବିଭାଗର ଉପସଚିବ। ସଞ୍ଜୟ କୁମାର ଭି ହେଲେ ଜଳ ସମ୍ପଦ ବିଭାଗର ଉପସଚିବ। ଶିଳ୍ପ ନିର୍ଦ୍ଦେଶକ ଡି.ଏନ୍‌ ପାଢ଼ୀ ହେଲେ ଓଡ଼ିଶା ଷ୍ଟେଟ୍‌ ଇନ୍‌ଫର୍ମେସନ କମିଶନ।

SHARE THIS

RELATED ARTICLES

LEAVE COMMENT