ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

Odisha-High-Court

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଗ୍ରହଣ କରିପାରୁ ନାହାଁନ୍ତି। ଏହାକୁ ବିରୋଧ କରି ସରକାର ସୁପ୍ରିମକୋର୍ଟ ଯିବେ।

ପୌର ନିର୍ବାଚନରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରଖିବା ନେଇ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ସର୍ବୋଚ୍ଚ ଅଦାଲତରେ ଚାଲେଞ୍ଜ କରିବେ ରାଜ୍ୟ ସରକାର।  ଏ ନେଇ ସୂଚନା ଦେଇଛନ୍ତି ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ।

ଆସନ୍ତା ପୌର ନିର୍ବାଚନରେ ସିଡ୍ୟୁଲ୍ ଏରିଆକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ ରଖିବା ଲାଗି ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ରାୟ ଅନୁଯାୟୀ ଓବିସି ବା ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ ୨୭ ପ୍ରତିଶତ ଆସନ ସଂରକ୍ଷଣ ରହୁଥିବା ବେଳେ ଏବେ ଏହା ୧୧ ପ୍ରତିଶତ ମଧ୍ୟରେ ରହିବ। ତେବେ ୫୦ରୁ ୫୫ଟି ପୌରାଞ୍ଚଳରେ ସଂରକ୍ଷଣ ୫୦ ପ୍ରତିଶତରୁ ରୁ ଅଧିକ ହେଉଥିଲା। ଏଥିସହ ଆସନ୍ତା ସେପ୍ଟେମ୍ବରରେ କାର୍ଯ୍ୟକାଳ ସରୁଥିବା ୬୬ଟି ପୌର ପରିଷଦ ପାଇଁ ଓ୍ୱାର୍ଡ ପୁନଗଠନ ଓ  ସଂରକ୍ଷଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ଅସୁବିଧା ସୃଷ୍ଟି କରୁଥିଲା। ତେଣୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ପୂର୍ବରୁ ୨୦୧୨ର ପଞ୍ଚାୟତ ନିର୍ବାଚନ, ୨୦୧୩ର ପୌର ନିର୍ବାଚନ ଓ ୨୦୧୭ର ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆସନ ସରଂକ୍ଷଣ ଥିଲା। ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ ସମୂଦାୟ ସଂରକ୍ଷଣ ୬୬ ପ୍ରତିଶତ ରହିଛି। କିନ୍ତୁ ଏହି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ୨୦୧୦ର ରାୟକୁ ଉଲ୍ଲଘଂନ କରୁଛି ବୋଲି ହାଇକୋର୍ଟରେ ପାଖପାଖି ୧୦୦ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଯାହାର ବିଜାର କରି ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଥିଲେ।

Previous ArticleNext Article

Leave a Reply

Send this to a friend