ଓଡ଼ିଶାରେ ସରକାରୀ ଚିକିତ୍ସାଳୟରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍‌ସନ୍‌ କରାଯିବ

debit-card-machine

debit-card-machineଭୁବନେଶ୍ୱର: ରାଜ୍ୟର ସବୁ ମେଡ଼ିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଦର ମହକୁମା ଚିକିତ୍ସାଳୟ ଗୁଡ଼ିକ ହେବ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍‌ସନ। କାର୍ଡ ରିଡର ଓ ସ୍ୱାଇପ୍‌ ମେସିନ ମାଧ୍ୟମରେ ରୋଗୀମାନେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ରେ ଅର୍ଥ ପୈଠ କରିପାରିବେ। ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ଆଜି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ନିଜ ଅଞ୍ଚଳରେ ଥିବା ସବୁ ସରକାରୀ ଚିକିତ୍ସାଳୟ ଗୁଡ଼ିକ ବ୍ୟାଙ୍କ ସହ ଯୋଗାଯୋଗ କରି ଆନୁସଙ୍ଗିକ ବ୍ୟବସ୍ଥା ଲାଗୁ କରିବାକୁ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।

୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ନିଷିଦ୍ଧାଦେଶ ପରେ ରାଜ୍ୟରେ ଅର୍ଥନୈତିକ ଅସ୍ଥିରତା ଦେଖାଦେଇଥିଲା। ଲୋକେ ନାହିଁ ନଥିବା ଅସୁବିଧାରେ ପଡ଼ୁଥିଲେ। ବିଶେଷକରି ସରକାରୀ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟମାନେ ବେଶୀ ଅସୁବିଧାରେ ପଡୁଥିଲେ। ଅର୍ଥ ପୈଠ କରିପାରୁ ନ ଥିବାରୁ ଉଚିତ୍‌ ଚିକିତ୍ସା ପାଉନଥିଲେ। ଏବେ ଏହି ସମସ୍ୟା ଦୂର ହୋଇଛି। କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍‌ସନ ହେବା ଦ୍ୱାରା ରୋଗୀମାନେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ ମାଧ୍ୟମରେ ସେମାନଙ୍କ ଦେୟ ପୈଠ କରିପାରିବେ।

Previous ArticleNext Article

Send this to a friend