ଚେତିଲେ ରାଜ୍ୟ ସରକାର: ମହାନଦୀ ବକ୍ଷରେ କରିବେ ୭ ପ୍ରକଳ୍ପ
ଏତେ ଦିନ ପରେ ରାଜ୍ୟ ସରକାରଙ୍କ ମତି ଦୟ ହୋଇଛି। ମହାନଦୀ ପାଇଁ ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ୍। ସମୁଦ୍ରକୁ ବୋହିଯାଉଥିବା ପାଣିକୁ ଅଟକାଯିବ। ଏଥିପାଇଁ ମହାନଦୀ ବକ୍ଷରେ  ୭ଟି ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଏହାସହ ମହାନଦୀର ଉପ ଓ ଶାଖା ନଦୀରେ ଆଉ ୨୨ଟି ପ୍ରକଳ୍ପ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଦେଓଗାଁ, ସୁବର୍ଣ୍ଣପୁରର କପାସିରା ଓ ଗୋଧନେଶ୍ୱର, ବୌଦ୍ଧର ଖଇରମାଳ, ଅନୁଗୋଳର ମଣିଭଦ୍ରା, ସୁବଳୟା ଏବଂ କଟକ ମୁଣ୍ଡଳୀ ବ୍ୟାରେଜ ତଳେ ନିର୍ମାଣ ହେବ ଏସବୁ ବ୍ୟାରେଜ ଓ ଆନିକଟ୍। ଏନେଇ ସର୍ଭେ ଚାଲିଛି। ଆଜି ଜଳସଂପଦ ବିଭାଗର ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ। ଏସବୁ ପ୍ରକଳ୍ପ ପାନୀୟ ଜଳ, ଜଳସେଚନ ଓ ଆବଶ୍ୟକ ହେଲେ ଶିଳ୍ପ ପାଇଁ ବ୍ୟବହାର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ମହାନଦୀକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ବିବାଦ ପରେ ରାଜ୍ୟ ସରକାର ଏହି ପରିକଳ୍ପନା କରିଛନ୍ତି। ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ସମୁଦ୍ରକୁ ପ୍ରାୟ ୫୨ ପ୍ରତିଶତ ପାଣି ବ୍ୟବହାର ନହୋଇ ବୋହି ଯାଉଛି। ଏହାକୁ ଆଖି ଆଗରେ ରଖି ଏ ଯୋଜନା କରାଯାଇଛି। ହେଲେ ପ୍ରଶ୍ନ ଉଠୁଛି, ଯୋଜନା ହୋଇଥିବା ଏସବୁ ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେବ। ଜମି ଅଧିଗ୍ରହଣ, ବିସ୍ଥାପନ ସମସ୍ୟାକୁ ନେଇ ଅନେକ ସେଚ ପ୍ରକଳ୍ପ ଆଜି ବି ଅଧାପନ୍ତାରିଆ ହୋଇ ପଡି ରହିଥିବାବେଳେ ଏସବୁ ନୂଆ ପ୍ରକଳ୍ପର ଭାଗ୍ୟ କ’ଣ ହେବ ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି।
ଅନ୍ୟପକ୍ଷରେ ବିରୋଧୀ ସରକାରଙ୍କ ଏପରି ପରିକଳ୍ପନାର କଡ଼ା ସମାଲୋଚନା କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଲୋକଙ୍କୁ ଭୂଆଁ ବୁଲାଇବାକୁ ସରକାରଙ୍କର ଇଏ ଆଉ ଏକ ପ୍ରୟାସ ବୋଲି ବିରୋଧୀ କହିଛନ୍ତି।
Ordigital Desk
• Published: Saturday, 12 May 2018
• Updated: 12 May 2018, 08:41 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos