ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ଗଣେଶୀ ଲାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଆସନ୍ତାକାଲି ରାଜଭବନରେ ଶପଥ ନେବେ ଗଣେଶୀ ଲାଲ୍।

ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ଦାୟିତ୍ୱ ଦିଆଯାଇଥିଲା। ସେ ଗତ ମାର୍ଚ୍ଚ ୨୧ ତାରିଖରୁ ସେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ।  ଏହାପରେ କେନ୍ଦ୍ର ସରକାର ଗଣେଶୀ ଲାଲଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।

Previous ArticleNext Article

Send this to a friend