ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଦୁର୍ନୀତି ମାମଲା: କର୍ପୋରେସନର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ: ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଦୁର୍ନୀତି ମାମଲାରେ କଟକ ଭିଜିଲାନ୍ସ ଶାଖା ପକ୍ଷରୁ ଦୁଇଜଣ ଅଧିକାରୀଙ୍କ ଘରେ ଶୁକ୍ରବାର ଭୋରୁ ଚଢାଉ କରାଯାଇଛି । ଦୁଇ ଅଧିକାରୀ ହେଲେ ହାଉସିଂ କର୍ପୋରେସନର ଭବାନୀପାଟଣା ୱେଲଫେୟାର ଜଏଣ୍ଟ ମ୍ୟାନେଜର ଅଚ୍ୟୁତାନନ୍ଦ ରାଉତରାୟ ଏବଂ ଡେପୁଟି ମ୍ୟାନେଜର ପ୍ରଶାନ୍ତ ପାଣିଗ୍ରାହୀ । ଭିଜିଲାନ୍ସର ୫ଜଣିଆ ଟିମ ପକ୍ଷରୁ ଅତ୍ୟୁତାନନ୍ଦଙ୍କ କଟକ ମହାନଦୀ ବିହାର ସ୍ଥିତ ପ୍ରଭୁ ପ୍ରସାଦ ବାସଭବନ ଓ ତୁଳସୀପୁର ସ୍ଥିତ ପ୍ରଶାନ୍ତଙ୍କ ବାସଭବନରେ ଚଢାଉ ଚାଲିଛି […]

ctc

ctc

Rakesh Mallick
  • Published: Friday, 03 July 2015
  • Updated: 03 July 2015, 12:33 PM IST

Sports

Latest News

କଟକ: ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଦୁର୍ନୀତି ମାମଲାରେ କଟକ ଭିଜିଲାନ୍ସ ଶାଖା ପକ୍ଷରୁ ଦୁଇଜଣ ଅଧିକାରୀଙ୍କ ଘରେ ଶୁକ୍ରବାର ଭୋରୁ ଚଢାଉ କରାଯାଇଛି । ଦୁଇ ଅଧିକାରୀ ହେଲେ ହାଉସିଂ କର୍ପୋରେସନର ଭବାନୀପାଟଣା ୱେଲଫେୟାର ଜଏଣ୍ଟ ମ୍ୟାନେଜର ଅଚ୍ୟୁତାନନ୍ଦ ରାଉତରାୟ ଏବଂ ଡେପୁଟି ମ୍ୟାନେଜର ପ୍ରଶାନ୍ତ ପାଣିଗ୍ରାହୀ । ଭିଜିଲାନ୍ସର ୫ଜଣିଆ ଟିମ ପକ୍ଷରୁ ଅତ୍ୟୁତାନନ୍ଦଙ୍କ କଟକ ମହାନଦୀ ବିହାର ସ୍ଥିତ ପ୍ରଭୁ ପ୍ରସାଦ ବାସଭବନ ଓ ତୁଳସୀପୁର ସ୍ଥିତ ପ୍ରଶାନ୍ତଙ୍କ ବାସଭବନରେ ଚଢାଉ ଚାଲିଛି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କଟକ ସେଲ ପକ୍ଷରୁ କୁହାଯାଇଛି । ଏହାସହ ଅଚ୍ୟୁତାନନ୍ଦଙ୍କ ନିଶ୍ଚିନ୍ତକୋଇଲି ଓ ବାଲେଶ୍ୱର ସ୍ଥିତ ଘରେ ମଧ୍ୟ ଚଢାଉ ଚାଲିଛି । ରିର୍ପୋଟ ଲେଖାଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ଅଧିକାରୀମାନେ ଉଭୟ ଅଧକାରୀଙ୍କ ଘରେ ଯାଞ୍ଚ ଚଳାଇଛନ୍ତି ।

ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନରେ ୧୦ କୋଟି ୨୭ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି । ଭବାନୀପାଟଣା ଡିଭିଜନରେ ହୋଇଥିବା ଏହି ଦୁର୍ନୀତିରେ ଭିଜିଲାନ୍ସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଂସ୍ଥାର ଯୁଗ୍ମ ପରିଚାଳକ ଅଚ୍ୟୁତାନନ୍ଦ ରାଉତରାୟ, କନିଷ୍ଠ ସହକାରୀ ବିଷ୍ଣୁ ଚରଣ ବେହେରା ଓ କିରାଣୀ ମହାବୀର ଦାସ । ଏମାନଙ୍କ ନାମନରେ ୭ଟି ମାମଲା ରୁଜୁ ହୋଇଛି । ୨୦୦୯ ନଭେମ୍ୱରରୁ ୨୦୧୪ ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ଭବାନୀପାଟଣା ଡିଭିଜନ ଅଧୀନରେ ଆସୁଥିବା କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଥାନା, ଅଗ୍ନିଶମ କେନ୍ଦ୍ର ଓ ବାରାକ୍ ନିର୍ମାଣ ଭଳି ୩୮ଟି ପ୍ରକଳ୍ପରେ ଏହି ଦୁର୍ନୀତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos