୨୦୧୭ରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଥିଲା ଶାନ୍ତିପୂର୍ଣ୍ଣ: ଶ୍ୱେତପତ୍ର ଜାରି କରି ଜଣାଇଲା ଗୃହ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ମସିହା ପାଇଁ ଶ୍ୱେତପତ୍ର ପ୍ରକାଶିତ ହୋଇଛି। ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି। ଏହି ଆର୍ଥିକ ବର୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି।  ଏହି ବର୍ଷ ରାଜ୍ୟରେ ୧ଲକ୍ଷ ୩ ହଜାର ୮୬୬ଟି ଆପରାଧିକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ତନ୍ମଧ୍ୟରୁ ୭୦ ହଜାର ୪୫ଟିରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ସେହିପରି ୨୦୧୭ରେ ମୋଟ ୧ ହଜାର ୨୬୭ଟି ହତ୍ୟା ଓ ୨ ହଜାର ୨୨୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜନୈତିକ କାର୍ଯ୍ୟକଳାପରେ ବିରୋଧୀ ଦଳ ଓ ସେମାନଙ୍କ ବିଭିନ୍ନ ସାମ୍ମୁଖ୍ୟ ସ୍ଥାନୀୟ ସମସ୍ୟାକୁ ନେଇ କରିଥିବା ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।

୨୦୧୭ ମସିହାରେ ୧୭ ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଦେଇଛି।  ରାଜ୍ୟରେ ଏହି ବର୍ଷ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଦେଇ ନ ଥିବା ବେଳେ ୫୨ଟି ବାମପନ୍ଥୀ ଉଗ୍ରବାଦ ଜନିତ ଘଟଣା ଘଟିଥିଲା। ରାଜ୍ୟର ୮ଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଉଦବେଗ ଜନକ ରହିଥିଲା।  ୮ଟି ଜିଲ୍ଲାରେ ଏହା ନିୟନ୍ତ୍ରଣାଧୀନ ଥିଲା ଏବଂ ୫ଟି ଜିଲ୍ଲାରେ ଏହା ପରିଲକ୍ଷିତ ହୋଇ ନ ଥିଲା।  ୩୫ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୬ଜଣ ଆତ୍ମସମର୍ପଣ କରିଥିଲେ।

Ordigital Desk
• Published: Thursday, 26 April 2018
• Updated: 26 April 2018, 08:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ମସିହା ପାଇଁ ଶ୍ୱେତପତ୍ର ପ୍ରକାଶିତ ହୋଇଛି। ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି। ଏହି ଆର୍ଥିକ ବର୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି।  ଏହି ବର୍ଷ ରାଜ୍ୟରେ ୧ଲକ୍ଷ ୩ ହଜାର ୮୬୬ଟି ଆପରାଧିକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ତନ୍ମଧ୍ୟରୁ ୭୦ ହଜାର ୪୫ଟିରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ସେହିପରି ୨୦୧୭ରେ ମୋଟ ୧ ହଜାର ୨୬୭ଟି ହତ୍ୟା ଓ ୨ ହଜାର ୨୨୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜନୈତିକ କାର୍ଯ୍ୟକଳାପରେ ବିରୋଧୀ ଦଳ ଓ ସେମାନଙ୍କ ବିଭିନ୍ନ ସାମ୍ମୁଖ୍ୟ ସ୍ଥାନୀୟ ସମସ୍ୟାକୁ ନେଇ କରିଥିବା ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।

୨୦୧୭ ମସିହାରେ ୧୭ ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଦେଇଛି।  ରାଜ୍ୟରେ ଏହି ବର୍ଷ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଦେଇ ନ ଥିବା ବେଳେ ୫୨ଟି ବାମପନ୍ଥୀ ଉଗ୍ରବାଦ ଜନିତ ଘଟଣା ଘଟିଥିଲା। ରାଜ୍ୟର ୮ଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଉଦବେଗ ଜନକ ରହିଥିଲା।  ୮ଟି ଜିଲ୍ଲାରେ ଏହା ନିୟନ୍ତ୍ରଣାଧୀନ ଥିଲା ଏବଂ ୫ଟି ଜିଲ୍ଲାରେ ଏହା ପରିଲକ୍ଷିତ ହୋଇ ନ ଥିଲା।  ୩୫ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୬ଜଣ ଆତ୍ମସମର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos