୧୩ଟି ସ୍ଥାନର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଉପରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିବାରେ ଲାଗିଛି ତାତି। ଗତକାଲି ୧୩ଟି ସ୍ଥାନର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଉପରେ ରହିଥିବା ରେକର୍ଡ କରାଯାଇଥିଲା।  ଟିଟିଲାଗଡ଼ରେ ସର୍ବାଧିକ ୩୯.୨ ଡିଗ୍ରୀ ରେକର୍ଡ ରହିଥିଲା। ସେହିପରି  ସୋନପୁର ରାଜ୍ୟର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା।  ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡିଗ୍ରୀ  ରେକର୍ଡ ରହିଥିଲା।

ଆଜି ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଆକାଶ ନିର୍ମଳ ରହିବା ସହ ଦିନବେଳେ ତାପମାତ୍ରା ବୃଦ୍ଧି ପାଇବ। ସର୍ବାଧିକ ତାପମାତ୍ରା ହାରହାରି  ୩୬ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Previous ArticleNext Article

Send this to a friend