ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ଦାବି ପୂରଣ ନେଇ ଆଜି ବିଧାନସଭା ଘେରାଉ କରିବା ପାଇଁ ଏକ ରାଲିରେ ଗଲାବେଳେ ଲୋୟର ପିଏମଜିରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୋଲିସ ଓ ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ସମାନ କାମକୁ ସମାନ ଦରମା, ସପ୍ତମ ବେତନ କମିଶନଙ୍କ ସୁପାରିସ୍ ଆଧାରରେ ସମସ୍ତ ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କୁ ପାଇଁ ପୂର୍ଣ୍ଣ ଅନୁଦାନ, ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ସ୍ଥାନରେ ନିୟମିତ ଶିକ୍ଷକ ନିଯୁକ୍ତି, ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କୁ ଉଚ୍ଚ ଦରମା ପ୍ରଦାନ, ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଚାକିରି କାଳ ୬୨ ବର୍ଷକୁ ବୃଦ୍ଧି ଓ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଦାବି ପୂରଣ ନେଇ ଶିକ୍ଷମାମାନେ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି।
ଦାବି ପୂରଣ ନ ହେଲେ ଶିକ୍ଷକ ଓ କର୍ମଚାରୀମାନେ ପଞ୍ଚାୟତ ନିର୍ବାଚନ ବାତିଲ କରିବେ। ଏପରିକି ଆନ୍ଦୋଳନକୁ ଗ୍ରାମାଞ୍ଚଳକୁ ନେବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।