ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ରେ ଫାଟ: ଯିଏ ଯେମିତି ପାରିଲା ତେଲ ବୋହିଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବାହାଲ ନିକଟରେ IOCL ପାଇପ୍ ଲାଇନରେ ଫାଟ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା। ତେବେ ତେଲ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିଲା। ଏମିତିକି ଲୋକେ ଛୋଟ ବାସନ ଠାରୁ ଆରମ୍ଭ କରି ବଡ ଡ୍ରମ ପର୍ଯ୍ୟନ୍ତ ଯିଏ ଯେମିତି ପାରିଲା ଲୋକେ ତେଲ ବୋହି ନେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। କୌଣସି ଅପ୍ରତିକର ସ୍ଥିତିକୁ ଏଡାଇବା ପାଇଁ ଘଟଣା ସ୍ଥଳରେ ଦମକଳ ବାହିନୀ ଉପସ୍ଥିତ ରହିଛି।  IOCLର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଇପ ଲାଇନକୁ ଯୋଡିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ତେଲ ଚୋରି କରିବା ଉଦ୍ଦେଶ୍ୟରେ ଗତକାଲି କିଛି ଦୁର୍ବୃତ୍ତ ପାଇପ ଲାଇନ୍‌କୁ କାଟି ଦେଇଥିବା କୁହାଯାଉଛି।  ପାଇପ ଲାଇନଟି ପାରାଦୀପ ରିଫାଇନାରୀରୁ ରାଞ୍ଚି ଯାଇଛି।  ତେବେ କେଉଁ କାରଣରୁ ତେଲ ଲିକ୍ ହୋଇଛି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Previous ArticleNext Article

Send this to a friend