ଚଣ୍ଡିଖୋଲରେ ପ୍ରତିଷ୍ଠା ହେବ ପେଟ୍ରୋଲିୟମ୍‌ ଡିପୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଖୁସି ଖବର। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ପ୍ରତିଷ୍ଠା ହେବ ପେଟ୍ରୋଲିୟମ୍‌ ଡିପୋ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ଏନେଇ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ଚଣ୍ଡିଖୋଲ ପରି କର୍ଣ୍ଣାଟକର ପାଡ଼ୁରରେ ମଧ୍ୟ ଏକ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା କରାଯିବ। ଏହାକୁ ମଧ୍ୟ ଆଜି କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଚଣ୍ଡିଖୋଲରେ ୪ ମିଲିୟନ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ପେଟ୍ରୋଲିୟମ ଡିପୋ […]

Oil reserve to be set up at Chandikhol

Oil reserve to be set up at Chandikhol

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 04:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଖୁସି ଖବର। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ପ୍ରତିଷ୍ଠା ହେବ ପେଟ୍ରୋଲିୟମ୍‌ ଡିପୋ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ଏନେଇ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ଚଣ୍ଡିଖୋଲ ପରି କର୍ଣ୍ଣାଟକର ପାଡ଼ୁରରେ ମଧ୍ୟ ଏକ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା କରାଯିବ। ଏହାକୁ ମଧ୍ୟ ଆଜି କ୍ୟାବିନେଟ୍‌ ମଞ୍ଜୁରି ମିଳିଛି।

ଚଣ୍ଡିଖୋଲରେ ୪ ମିଲିୟନ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ପେଟ୍ରୋଲିୟମ ଡିପୋ ପ୍ରତିଷ୍ଠା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ଏହାଦ୍ୱାରା ବହୁ ବେକାର ଯୁବକ ଓ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos